ବଜାରକୁ ଆସିଲା ‘ଆୟୁର୍ବେଦିକ ଅଣ୍ଡା’, ଜାଣନ୍ତୁ ଏହାର ଫାଇଦା ଓ ମୂଲ୍ୟ

ନୂଆଦିଲ୍ଲୀ: ଏଣିକି ବଜାରରେ ‘ଆୟୁର୍ବେଦିକ ଅଣ୍ଡା’ ମିଳିବ ବୋଲି ଖବର ମିଳିଛି। ଏହି ଅଣ୍ଡାର ମୂଲ୍ୟ ୨୨.୫୦ ରହିଛି। ତେବେ ଏହି ଆୟୁର୍ବେଦିକ ଅଣ୍ଡା କ’ଣ ଆସନ୍ତୁ ଜାଣିବା।

ଆନ୍ଧ୍ରପ୍ରଦେଶର ରବୁଲାପଡୁ ଗାଁର ବାସିନ୍ଦା ଚିନ୍ନା ହର୍ଷବର୍ଦ୍ଧନ ରେଡ୍ଡି ଆୟୁର୍ବେଦିକ ଅଣ୍ଡା ତିଆରି କରିବା ପୂର୍ବରୁ ୬ ବର୍ଷ ପର୍ଯ୍ୟନ୍ତ ଗବେଷଣା କରିଥିଲେ। ଏହା ପରେ ଯାଇ ତାଙ୍କୁ ସଫଳତା ମିଳିଥିଲା। ଆମେରିକାର ଏମବିଏ କରିଥିବା ହର୍ଷବର୍ଦ୍ଧନ ‘ସୌଭାଗ୍ୟ ଗ୍ରୁପ’ ନାମରେ ପୋଲଟ୍ରି ବ୍ୟବସାୟ ଆରମ୍ଭ କରିଥିଲେ।

ପୋଲଟ୍ରି ଫାର୍ମରେ କୁକୁଡ଼ାଙ୍କଠାରୁ ଅଧିକରୁ ଅଧିକ ଅଣ୍ଡା ପାଇବା ପାଇଁ ଷ୍ଟେରାଇଡ୍‌ସ, ହରମୋନ୍‌ସ ଓ ଆଣ୍ଟି ବାଇଓଟିକ୍ସ ଇଞ୍ଜେକ୍ସନ ଦିଆଯାଏ। ମାତ୍ର ଆୟୁର୍ବେଦିକ ଅଣ୍ଡା ଦେଉଥିବା କୁକୁଡ଼ାକୁ ଆହାର ସଂପୂର୍ଣ୍ଣ ଭାବେ ପୋଷକତତ୍ତ୍ୱ ଯୁକ୍ତ ଆୟୁର୍ବେଦିକ ହୋଇଥାଏ। ଏହି କୁକୁଡାଙ୍କ ଭୋଜନରେ ରସୁଣ, ହଳଦୀ ବ୍ୟତୀତ ୪୦ ଆୟୁର୍ବେଦିକ ଜଡିବୁଟିର ମିଶ୍ରଣରେ ପ୍ରସ୍ତୁତ ଆହାର ଦିଆଯାଏ। ଏହା ବ୍ୟତିତ ଏହି କୁକୁଡାକୁ ମିନେରାଲ ଓ୍ଵାଟର ପିଇବାକୁ ଦିଆଯାଇଥାଏ।

ତେଣୁ ଏହି କୁକୁଡାରୁ ମିଳୁଥିବା ଅଣ୍ଡା ସ୍ୱାସ୍ଥ୍ୟ ପାଇଁ ବହୁତ ହିତକର ହୋଇଥାଏ ବୋଲି କୁହାଯାଉଛି। ଆୟୁର୍ବେଦିକ ଅଣ୍ଡା ସାଧାରଣ ଅଣ୍ଡାଠୁ ଅଧିଲ ଲାଭକାରୀ ହୋଇଥାଏ। ଏହି ଅଣ୍ଡାକୁ ଖାଇଲେ ହାଡ଼ ମଜଭୁତ ହୋଇଥାଏ। ଏହାକୁ ଖାଇବା ଦ୍ୱାରା ସ୍ମରଣଶକ୍ତି, ଶରୀର ରୋଗ ପ୍ରତିରୋଧକ ଓ ଆଖିର ଦୃଷ୍ଟିଶକ୍ତି ବଢ଼ିଥାଏ। ଏହି ଅଣ୍ଡା ଛୋଟ ପିଲାଙ୍କୁ ଆମୋନିଆ ଏବଂ ପୋଷକତତ୍ତ୍ୱ ଅଭାବକୁ ଦୂର କରିଥାଏ। କମ୍ପାନିର ଦାବି, ଏହି ଅଣ୍ଡା ଖାଇଲେ ବ୍ରେଷ୍ଟ କ୍ୟାନ୍‌ସରର ବିପଦ କମ ହୋଇଥାଏ।

ସାଧାରଣତଃ ଅଣ୍ଡାର ରଙ୍ଗ ଧଳା ରହିଥାଏ। ମାତ୍ର ‘ସୌଭାଗ୍ୟ ଗ୍ରୁପ’ ପକ୍ଷରୁ ପ୍ରସ୍ତୁତ ଏହି ଆୟୁର୍ବେଦିକ ଅଣ୍ଡା ଗୁଲାବି ରଙ୍ଗର। ବଜାରରେ ଏହି ଅଣ୍ଡାର ଚାହିଦା ଅଧିକ ରହିଥିବା ଜଣାପଡ଼ିଛି। ଏହି ଆୟୁର୍ବେଦିକ ଅଣ୍ଡା ଦୁଇ ପ୍ରକାରର ରହିଛି। ପ୍ରଥମ ଆୟୁର ପ୍ଲସ ଓ ଦ୍ୱିତୀୟ ଦେଶୀ କୁକୁଡା ଅଣ୍ଡା। ଆୟୁର ପ୍ଲସ କୁକୁଡାର ଗୋଟିଏ ଅଣ୍ଡାର ଦାମ ୧୨.୫୦ ପଇସା ଓ ଦେଶୀ ଆୟୁର୍ବେଦିକ କୁକୁଡାର ଅଣ୍ଡାର ମୂଲ୍ୟ ୨୨.୫୦ପଇସା । ଆୟୁର୍ବେଦିକ ଅଣ୍ଡା ଦକ୍ଷିଣ ଭାରତର ଅନେକ ଜାଗାରେ ଉପଲବ୍ଧ ହେଉଛି। ତେଣୁ ଆୟୁର୍ବେଦିକ କୁକୁଡାର ମାଂସ କେବଳ ହାଇଦ୍ରାବାଦରେ ଉପଲବ୍ଧ ରହିଛି।

ସମ୍ବନ୍ଧିତ ଖବର