କେନ୍ଦ୍ରମନ୍ତ୍ରୀଙ୍କ ଦ୍ବାରା ୧୦ ହଜାର କୋଟିର ଆୟୁଷ୍ମାନ ସହକାର ପାଣ୍ଠିର ଶୁଭାରମ୍ଭ

ଜାତୀୟ କୃଷି ଓ କୃଷକମଙ୍ଗଳ ମନ୍ତ୍ରାଳୟ ଅଧିନସ୍ଥ ଶୀର୍ଷ ସ୍ୱୟଂଚାଳିତ ଆର୍ଥିକ ସଂସ୍ଥା “ରାଷ୍ଟ୍ରୀୟ ସହକାରୀ ବିକାଶ ନିଗମ” ସମବାୟ ସଂସ୍ଥାମାନଙ୍କୁ ସହାୟତା ଓ ପ୍ରେତ୍ସାହନ ଉଦ୍ଦେଶ୍ୟରେ ଏକ ଅଭିନବ ତଥା ଅନନ୍ୟ ଯୋଜନା ପ୍ରଣୟନ କରିଛନ୍ତି ।

“ଆୟୁଷ୍ମାନ ସହକାର” ନାମଯୁକ୍ତ ଉକ୍ତ ଯୋଜନା କେନ୍ଦ୍ରୀୟ ରାଜ୍ୟ କୃଷି ମନ୍ତ୍ରୀ ପୁରୁଷୋତ୍ତମ ରୂପାଲାଙ୍କ ଦ୍ୱାରା ୧୯ ଅକ୍ଟୋବର ୨୦୨୦ ରେ ଉନ୍ମୋଚିତ ହୋଇଯାଇଛି । ଏହି ଉପଲକ୍ଷେ ଶ୍ରୀ ରୂପାଲା ପ୍ରଗତିଶୀଳ ସହକାର ମାନଙ୍କୁ ଆଗାମୀ ବର୍ଷ ମାନଙ୍କରେ ୧୦,୦୦୦ କୋଟିର ସର୍ତମୂଳକ ମିଆଦୀ ଋଣ ପ୍ରଦାନ କରିବାର ଘୋଷଣା କରିଛନ୍ତି । ତାଙ୍କ ମତରେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏହି ଯୋଜନା ପ୍ରଣୟନ କରାଯାଉଛି । “ରାଷ୍ଟ୍ରୀୟ ସହକାରୀ ବିକାଶ ନିଗମ” ଦ୍ୱାରା ପ୍ରଣୀତ ଉକ୍ତ ଯୋଜନା  କୃଷକମାନଙ୍କ ସର୍ବାଙ୍ଗୀନ ମଙ୍ଗଳ ସାଧନ କରିବାରେ ସହାୟକ ହୋଇ ପାରିବ ।

ନିଗମର ପରିଚାଳନା ନିର୍ଦ୍ଦେଶକ ସୁଦୀପ ନାୟକ ପ୍ରକାଶ କରିଛନ୍ତି ଯେ, ରାଷ୍ଟ୍ରୀୟ ସ୍ତରରେ ୫୨ କୋଟି ସ୍ୱାସ୍ଥ୍ୟ କେନ୍ଦ୍ର ଏ ଦିଗରେ କାର୍ଯ୍ୟ କରୁଛନ୍ତି । ସେ ଗୁଡ଼ିକର ଶଯ୍ୟା ସଂଖ୍ୟା ପ୍ରାୟ ୫,୦୦୦ । ନିଗମ ପ୍ରଦତ୍ତ ଉକ୍ତ ପୁଞ୍ଜି କୃଷକ ମାନଙ୍କ ସ୍ୱାସ୍ଥନ୍ନୋତି ଦିଗରେ ନିଶ୍ଚିତ ଭାବେ ସହାୟକ ହୋଇପାରିବ ।

ସମ୍ବନ୍ଧିତ ଖବର