ଦେଶକୁ ସୁଦୃଢ଼ କରିବାକୁ ପ୍ରୟାସ କରୁଛି: ବାବା ରାମଦେବ

ମୁମ୍ବାଇ: ପତଞ୍ଜଳିର ବିକ୍ରି ହ୍ରାସ ପାଇବା ନେଇ ପ୍ରକାଶିତ ରିପୋର୍ଟକୁ ଯୋଗଗୁରୁ ବାବା ରାମଦେବ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି। ଏଥିସହିତ ରାମଦେବ କହିଛନ୍ତି, ମୁଁ ଜଣେ ଫକିର ଯିଏକି ଦେଶକୁ ସୁଦୃଢ଼ କରିବାକୁ ପ୍ରଚେଷ୍ଟା କରୁଛି। ପତଞ୍ଜଳିର ସମ୍ପୂର୍ଣ୍ଣ ଲାଭ ଦେଶପାଇଁ ଉଦ୍ଦିଷ୍ଟ ବୋଲି ସେ କହିଛନ୍ତି। ପତଞ୍ଜଳି ଗ୍ରୁପ୍ ୮ ହଜାର କୋଟି ଟଙ୍କାର କାରବାର ହାସଲ ଦିଗରେ ଅଗ୍ରସର ହେଉଛି। ଆଉ କେତେକ କମ୍ପାନିର ଅଧିଗ୍ରହଣ ଫଳରେ ଏହି ରାଶି ଆହୁରି ବଢ଼ିବ ବୋଲି ସେ କହିଛନ୍ତି। ଜୁନ ୨୧ରେ ଅନ୍ତର୍ଜାତୀୟ ଯୋଗ ଦିବସର ଅବ୍ୟବହିତ ପୂର୍ବରୁ ରାମଦେବ ମହାରାଷ୍ଟ୍ରରେ ଅଛନ୍ତି। ନନ୍ଦେଦ୍‌ଠାରେ ଆୟୋଜିତ ଅନ୍ତର୍ଜାତୀୟ ଯୋଗଦିବସରେ ବାବା ରାମଦେବଙ୍କ ସହିତ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ ଫଡ଼ନାଭିସ୍ ଯୋଗଦେବେ।

ସମ୍ବନ୍ଧିତ ଖବର