ନୂଆଦିଲ୍ଲୀ : ଅନଲାଇନ୍ ବ୍ୟବସାୟରେ ପ୍ରବେଶ କରିଛନ୍ତି ବାବା ରାମଦେବ। ଏଣିକି ଅନଲାଇନରେ ଉପଲବ୍ଧ ହେବ ପତଞ୍ଜଳି ଉତ୍ପାଦ । ପତଞ୍ଜଳି ଏଥିଲାଗି ଆମଜାନ, ଫ୍ଲିପକାର୍ଟ ଓ ଅନ୍ୟ ଅନଲାଇନ ସଂସ୍ଥା ସହ ଚୁକ୍ତି କରିଛି । ଏହି ଅଭିଯାନର ନାଁ ଦିଆଯାଇଛି ‘ହରିଦ୍ୱାରରୁ ହର ଦ୍ୱାର ତକ୍’ । ଏହି ନୂତନ ବ୍ୟାବସାୟିକ ଅଭିଯାନକୁ ଆରମ୍ଭ କରି ରାମ ଦେବ କହିଛନ୍ତି, ଆଗାମୀ ଦିନରେ ପତଞ୍ଜଳି ଏକ ‘ନଟ ଫର ପ୍ରଫିଟ୍’ କମ୍ପାନି ଭାବେ ନିଜକୁ ପରିବର୍ତ୍ତନ କରିବ। ଏଥିପାଇଁ କମ୍ପାନି ଆଗାମୀ ଦିନରେ ଏକ ଲକ୍ଷ କୋଟି ଟଙ୍କାର ସମାଜସେବାମୁଳକ କାର୍ଯ୍ୟ କରିବ । ଆଗାମୀ ପଚାଶ ବର୍ଷରେ ଦୁନିଆକୁ ଜିତିବା ସ୍ୱପ୍ନ ନେଇ ଆମେ ଆଗକୁ ବଢିବୁ ବୋଲି କହିଛନ୍ତି ବାବା ରାମଦେବ । ପତଞ୍ଜଳି ୧୦ରୁ ୧୨ଟି ଦେଶରେ ଏକ ନମ୍ବର ଉତ୍ପାଦ ଭାବେ ନିଜର ସ୍ଥିତି ଜାହିର କରିବା ଯୋଜନା ରଖିଛି। ୨୦୧୬-୨୦୧୭ରେ ପତଞ୍ଜଳିର ଟର୍ଣ୍ଣଓଭର ୧୦ ହଜାର ୫ ଶହ କୋଟି ଥିଲା । ଏହି ବର୍ଷ ଏହି ପରିମାଣକୁ ଦୁଇଗୁଣ କରିବାକୁ ଲକ୍ଷ୍ୟ ରଖାଯାଇଛି ।
/sambad/media/post_attachments/wp-content/uploads/2018/01/Baba-Ramdev-2-300x200.jpg)
ଏହା ବ୍ୟତୀତ ଯୋଗଗୁରୁ କହିଛନ୍ତି କମ୍ପାନି ମହାରାଷ୍ଟ୍ରର କୃଷକଙ୍କ ଠାରୁ କମଳା କିଣି ତାହାର ଏକ ୟୁନିଟ ତିଆରି କରିବେ । ବୁଧବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ନିଜ ବିଷୟରେ ଓ ବାଲକୃଷ୍ଣଙ୍କ ବିଷୟରେ ମଧ୍ୟ ଆଲାଚନା କରିଛନ୍ତି । ଉଭୟ ଗାଁରୁ କିପରି ଏ ପର୍ଯ୍ୟନ୍ତ ଯାତ୍ରା କରିଛନ୍ତି ସେକଥା ବଖାଣିଛନ୍ତି । ପତଞ୍ଜଳିର ଇ-କମର୍ସ ସାଇଟର ନାମ ରଖାଯାଇଛି www.patanjaliayurved.net । ସମସ୍ତ ଜାଣନ୍ତି ସ୍ୱଦେଶୀ ସାମଗ୍ରୀ ବ୍ୟବହାର କରିବା ପାଇଁ ରାମଦେବ ସବୁବେଳ କହି ଆସିଛନ୍ତି ।
/sambad/media/post_attachments/wp-content/uploads/2018/01/1516089737-1510647122-baba_ramdev-300x211.jpg)
ନୂଆ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ରାମଦେବ,ବାଲକୃଷ୍ଣଙ୍କ ବ୍ୟତୀତ ଆମାଜନ୍, ଫ୍ଲିପକାର୍ଟ, ଗ୍ରୋଫର୍ସ ସମେତ ଅନ୍ୟ ମୁଖ୍ୟ ଇ-ରିଟେଲର ସାମିଲ ହୋଇଥିଲେ । ଏଠାରେ ରାମଦେବ କହିଛନ୍ତି ଅନଲାଇନ୍ ଯୋଗଁ ସାଧାରଣ ଲୋକଙ୍କ ପାଖରେ ନିଜର ପାରମ୍ପରିକ ସାମଗ୍ରୀ ଅତି ସହଜରେ ପାଇପାରିାବ । ଏଠାରେ ବାଳକୃଷ୍ଣ କହିଛନ୍ତି ପତଞ୍ଜଳି ପ୍ରତିଦିନ ୧୦ ଲକ୍ଷରୁ ମଧ୍ୟ ଅଧିକ ଅଡ଼ର ନେବାର କ୍ଷମତା ରଖେ । ଆଗାମୀ ସମୟରେ ପତଞ୍ଜଳି ନିଜର ପୋର୍ଟାଲରୁ ଅନଲାଇନ୍ ଦ୍ରବ୍ୟ ବିକ୍ରି କରିବ । ଏହା ବ୍ୟତୀତ ଅନ୍ୟ ବିକ୍ର୍ରେତାମାନେ ମଧ୍ୟ ପତଞ୍ଜଳି ଉତ୍ପାଦ ବିକ୍ରି କରୁଛନ୍ତି । ତେବେ ପତଞ୍ଜଳି ବଡ଼ ସ୍ତରରେ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/ramdev-patanjali_story-647_121516111921_630_630.jpg)