ମୁମ୍ବାଇ: ମ୍ୟୁଚୁଆଲ ଫଣ୍ଡ ନିବେଶ ଦୁନିଆରେ ଅଭିବୃଦ୍ଧି ଏବଂ ସ୍ଥିରତା ମଧ୍ୟରେ ସଂପୂର୍ଣ୍ଣ ସନ୍ତୁଳନ ଏକ କଠିନ ବ୍ୟାପାର। ବିଭିନ୍ନ ନିବେଶକଙ୍କର ଆର୍ଥିକ କ୍ଷତି ସହିବାର ଭିନ୍ନ ଭିନ୍ନ କ୍ଷମତା ଏବଂ ରିଟର୍ଣ୍ଣ ଆଶା ଥାଏ। ରକ୍ଷଣଶୀଳ ନିବେଶକମାନେ ପ୍ରାୟତଃ ଏକ ନିବେଶ ରଣନୀତି ଖୋଜିଥାନ୍ତି ଯାହା ଉଭୟ ସ୍ଥିର ପୁଞ୍ଜି ବୃଦ୍ଧି ଏବଂ ବଜାରର ଚରମ ଅସ୍ଥିରତାରୁ ସୁରକ୍ଷା ପ୍ରଦାନ କରିବ। ଉଭୟ ଅଭିବୃଦ୍ଧି ଏବଂ ସ୍ଥିରତା ଚାହୁଥିବା ନିବେଶକଙ୍କ ପାଇଁ ସନ୍ତୁଳିତ ଲାଭ ପାଣ୍ଠି (ବାଲାନ୍ସଡ ଆଡଭାଣ୍ଟେଜ୍ ଫଣ୍ଡ୍ ବା ବିଏଏଫ୍) ଏକ ଭଲ ବିକଳ୍ପ ବୋଲି ଆକ୍ସିସ ମ୍ୟୁଚୁଆଲ ଫଣ୍ଡର ଫଣ୍ଡ ମ୍ୟାନେଜର ଜୟେଶ ସୁନ୍ଦର କହିଛନ୍ତି। ତାଙ୍କ ମତରେ ପ୍ରଥମ ଥରର ନିବେଶକ ହୁଅନ୍ତୁ କିମ୍ବା ଜଣେ ନିବେଶକ ଯିଏ ଅବସର ନେବା ବେଳକୁ ଆର୍ଥିକ ନିରାପତ୍ତା ଚାହୁଛନ୍ତି, ବିଏଏଫ୍ ସେମାନଙ୍କ ପାଇଁ ଭଲ।
ଏହା ଏଭଳି ଏକ ବର୍ଗର ହାଇବ୍ରିଡ୍ ପାଣ୍ଠି, ଯାହା ଇକ୍ୱିଟି ଏବଂ ଋଣ ଉପକରଣ ମଧ୍ୟରେ ଆବଣ୍ଟନକୁ ଭଲ ଭାବରେ ପରିଚାଳନା ପାଇଁ ପ୍ରସ୍ତୁତ କରାଯାଇଛି। ଆଜିର ଅସ୍ଥିର ବଜାର ପରିବେଶରେ ବିଏଏଫ୍ର ମହତ୍ତ୍ୱକୁ ଅଣଦେଖା କରାଯାଇପାରିବ ନାହିଁ। ତେଣୁ ନିବେଶକମାନେ ସେମାନଙ୍କ ପୋର୍ଟଫୋଲିଓରେ ବିଏଏଫ୍କୁ ବିଚାର କରିବା ଆବଶ୍ୟକ। ନିବେଶକୁ ପରିଚାଳନା କରିବା ପାଇଁ ଯେଉଁମାନଙ୍କ ପାଖରେ ସମୟ କିମ୍ବା ଦକ୍ଷତାର ଅଭାବ ରହିଛି ସେମାନଙ୍କ ପାଇଁ ଏହା ବିଶେଷ ଲାଭଦାୟକ ବୋଲି ବୋଲି ଶ୍ରୀ କୁମାର କୁହନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/mutual-fund.jpg)