ଓଡ଼ିଶାରେ ବଜାଜ ଆଲିଆର ୫୬% ଅଭିବୃଦ୍ଧି

ଭୁବନେଶ୍ୱର : ଗତ ଆର୍ଥିକ ବର୍ଷ ତୁଳନାରେ ଚଳିତ ୨୦୧୮-୧୯ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ବଜାଜ ଆଲିଆ ଲାଇଫ ଇନସ୍ୟୁରାନ୍‌ସ କଂପାନୀ ଓଡ଼ିଶାରେ ୫୬% ଅଭିବୃଦ୍ଧି ହାସଲ କରିଛି । ଗତ ଆର୍ଥିକ ବର୍ଷରେ କଂପାନୀ ୨୬୭ କୋଟି ଟଙ୍କା ରାଜସ୍ୱ ହାସଲ କରିଥିବାବେଳେ ଚଳିତ ବର୍ଷ ୪୧୮ କୋଟି ଟଙ୍କା ରାଜସ୍ୱ ପାଇଛି । ସେହିପରି ଏହି ସମୟରେ ବୀମାଧାରୀଙ୍କ ସଂଖ୍ୟା ମଧ୍ୟ ରାଜ୍ୟରେ ବୃଦ୍ଧି ପାଇଛି । ୨୦୧୭-୧୮ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସର ବୀମାଧାରୀଙ୍କ ସଂଖ୍ୟା ୨୫୨୬୬ ଥିବାବେଳେ ଚଳିତ ଆର୍ଥିକ ବର୍ଷର ଏହି ସମୟରେ ବୀମାଧାରୀଙ୍କ ସଂଖ୍ୟା ୬୮୭୨୧ ହୋଇ ଏକ୍ଷେତ୍ରରେ ୧୭୨% ଅଭିବୃଦ୍ଧି ଘଟିଛି । ଓଡ଼ିଶାରେ କଂପାନୀର ଏହି ସଫଳତା ନେଇ ନିଜର ମତ ରଖି କଂପାନୀର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ତରୁଣ ଚୁଗ କହିଛନ୍ତି ଯେ, ଆମ କଂପାନୀ ଉପରେ ଜନସାଧାରଣ ଆସ୍ଥା ପ୍ରକଟ କରିଥିବାର ପ୍ରମାଣ ହେଉଛି ଏହି ଅଭିବୃଦ୍ଧି । ଗ୍ରାହକଙ୍କୁ ସୁହାଇଲା ପରି ପ୍ରଯୁକ୍ତି କଂପାନୀ ଉପଯୋଗ କରିବା ସହ ଗ୍ରାହକଙ୍କ ଆବଶ୍ୟକତାକୁ ଚାହିଁ ଉତ୍ପାଦ ମଧ୍ୟ ପ୍ରସ୍ତୁତି କରୁଛି । ଏହି ଧାରା ଆଗାମୀ ଦିନରେ ଜାରି ରହିବ । ସେହିପରି ନୂଆ ଗ୍ରାହକଙ୍କୁ ନିଜ ନିକଟକୁ ଆଣିବା ପାଇଁ କଂପାନୀ ଆବଶ୍ୟକ ପଦକ୍ଷେପ ମଧ୍ୟ ଗ୍ରହଣ କରିଛି ।

ସମ୍ବନ୍ଧିତ ଖବର