ମୁମ୍ବାଇରେ ବିକ୍ରି ହେଲା ଦେଶର ସବୁଠାରୁ ଦାମୀ ଫ୍ଲାଟ୍, ଦାମ କେତେ ଜାଣନ୍ତି ?

ମୁମ୍ବାଇ : ମୁମ୍ବାଇରେ ଆଉ ଏକ ଦାମୀ ରିଅଲ ଇଷ୍ଟେଟ ଡିଲ୍ ହୋଇଛି । ବଜାଜ ଅଟୋ ଅଧ୍ୟକ୍ଷ ନିରଜ ବଜାଜ ୨୫୨.୫ କୋଟି ଟଙ୍କା ଦେଇ ମୁମ୍ବାଇର ସବୁଠାରୁ ଦାମୀ ଆପାର୍ଟମେଣ୍ଟ କିଣିଛନ୍ତି ।

ଦକ୍ଷିଣ ମୁମ୍ବାଇର ଓ୍ବାକେଶ୍ବରଠାରେ ନିର୍ମାଣାଧୀନ ଲୋଧା ମାଲାବାର ପ୍ୟାଲେସ୍ ଆପାର୍ଟମେଣ୍ଟରେ ଥିବା ଏକ ଲଜଦୁରୀ ଟ୍ରିପ୍ଲେକ୍ସ ପେଣ୍ଟହାଉସକୁ ସେ କିଣିଛନ୍ତି । ଏହି କ୍ରୟ ପାଇଁ ୧୫.୧୫ କୋଟି ଟଙ୍କାର ଷ୍ଟାମ୍ପ ଡ୍ୟୁଟି ଦେବାକୁ ପଡ଼ିଛି । ଲୋଧା ଗ୍ରୁପ ଦ୍ବାରା ଏହି ଆପାର୍ଟମେଣ୍ଟର ନିର୍ମାଣ କରାଯାଉଛି ।

ଏହି ଡିଲ୍ ମାସକ ତଳେ ହୋଇଥିବା ଆଉ ଏକ ଦାମୀ ଡିଲ୍ ର ରେକର୍ଡକୁ କାଟି ଦେଇଛି । ଗତ ଫେବ୍ରୁଆରି ମାସରେ ଓ୍ବେଲସ୍ପୁନ ଗ୍ରୁପର ଅଧ୍ୟକ୍ଷ ବି.କେ.ଗୋଏଙ୍କା ୨୪୦ କୋଟି ଟଙ୍କାରେ ମୁମ୍ବାଇରେ ଏକ ପେଣ୍ଟହାଉସ କିଣିଥିଲେ । ମୁମ୍ବାଇର ଓ୍ବର୍ଲି ସ୍ଥିତ ଆନି ବେସାନ୍ତ ରୋଡରେ ଥିବା ଲକଜୁରୀ ଆପାର୍ଟମେଣ୍ଟ ‘ଥ୍ରୀ ସିକ୍ସଟି ଓ୍ବେଷ୍ଟ’ ର ୬୩, ୬୪ ଓ ୬୫ ତମ ମହଲାରେ ଏହି ପେଣ୍ଟହାଉସ୍ ଅବସ୍ଥିତ । ସେତେବେଳେ ଏହାକୁ ଭାରତର ସବୁଠାରୁ ଦାମୀ ଫ୍ଲାଟ ବୋଲି କୁହାଯାଉଥିଲା । କିନ୍ତୁ ମାସକ ପରେ ଏହି ରେକର୍ଡ ଭାଙ୍ଗିଯାଇଛି ।

ଗତ ୨୦୧୫ ମସିହାରେ ମୁମ୍ବାଇର ଲୋଧା ଆପାର୍ଟମେଣ୍ଟରେ ଥିବା ଏକ ପେଣ୍ଟହାଉସକୁ ଜିନ୍ଦଲ ପରିବାର ୧୬୦ କୋଟି ଟଙ୍କାରେ କିଣିଥିଲେ । ୨୦୨୨ରେ ମୁମ୍ବାଇର ବାନ୍ଦ୍ରାଠାରେ ଥିବା ସାଗରସଂଗମ ବିଲଡିଂରେ ଅଭିନେତା ରଣବୀର ସିଂ ୧୧୬ କୋଟି ଟଙ୍କା ଦେଇ ଏକ ଫ୍ଲାଟ କିଣିଥିଲେ ।

 

ସମ୍ବନ୍ଧିତ ଖବର