ନୂଆବର୍ଷରେ ଅଭିବୃଦ୍ଧି ଫେରିବ, ଏଫଡିରେ ନିବେଶ କରିବାକୁ ବଜାଜ ଫାଇନାନ୍ସର ପରାମର୍ଶ

ଭୁବନେଶ୍ୱର  : ୨୦୨୦ରେ ୪.୨% ର ହ୍ରାସ ସହିତ, ବିଶ୍ୱ ଜିଡିପି ୨୦୨୧ରେ ଏକ ଆଶାର କିରଣ ପ୍ରଦାନ କରିଛି । ଆଗାମୀ ଆର୍ଥିକ ବର୍ଷରେ ଏହା ୪.୬% ବୃଦ୍ଧି ହେବାର ଆଶା କରାଯାଉଛି । ତେଣୁ, ଏହି ନବ ବର୍ଷରେ ଏକ ନୂତନ ଆରମ୍ଭ କରିବା ପାଇଁ ନିବେଶକଙ୍କ ମନରେ ଆଶା ସୃଷ୍ଟି କରିଛି ଓ ବଜାରରେ ପ୍ରଗତି ହେବାର ସମ୍ଭାବନା ଦେଖା ଦେଇଛି । ୨୦୨୦ ଆମକୁ ଏକ ଜରୁରୀକାଳୀନ ପାଣ୍ଠି ବିଷୟରେ ଚିନ୍ତା କରିବାର ସୁଯୋଗ ପ୍ରଦାନ କରିଛି ।

ଆର୍ଥିକ ସୁରକ୍ଷା ଭାବରେ ଫିକ୍ସଡ ଡିପୋଡିଟ (ଏଫଡି) ବା ସ୍ଥାୟୀ ଜମା ଆପଣଙ୍କର ଭବିଷ୍ୟତକୁ ସୁରକ୍ଷା ପ୍ରଦାନ କରିଥାଏ । ଏହା ସହିତ ଏହା ଆପଣଙ୍କର ସ୍ୱଳ୍ପକାଳୀନ ଓ ଦୀର୍ଘକାଳୀନ ଲକ୍ଷ୍ୟ ମଧ୍ୟ ପୂରଣ ହୋଇଥାଏ । ଆଜିକାଲି ବଜାରରେ ଅନେକ ବିକଳ୍ପ ଉପଲବ୍ଧ ରହିଛି । ଏଥି ମଧ୍ୟରୁ ବଜାଜ ଫାଇନାନ୍ସ ଅନଲାଇନ ଏଫଡିକୁ ବାଛିବାକୁ ଏକ ଉତ୍ତମ ପସନ୍ଦ ଅଟେ । ଏଠାରେ କିଛି ଉପାୟ ପ୍ରଦାନ କରାଯାଇଛି ଯେଉଁଥିରେ ଆପଣ ବଜାଜ ଫାଇନାନ୍ସ ଏଫଡିକୁ ବାଛି ୨୦୨୧ରେ ଆପଣଙ୍କର ସଞ୍ଚୟକୁ ବୃଦ୍ଧି କରିପାରିବେ ।

ଅନ୍ୟ ବ୍ୟାଙ୍କ ଓ ଫାଇନାନ୍ସ ତୁଳନାରେ, ବଜାଜ ଦ୍ୱାରା ପ୍ରଦାନ କରାଯାଉଥିବା ଏଫଡି ସୁଧ ହାର ଆକର୍ଷଣୀୟ ଅଟେ ବିଶେଷ କରି ୨୦୨୦ର ରେପୋ ହାର ହ୍ରାସ ପରେ ଯାହାଦ୍ୱାରା ସମସ୍ତ ବ୍ୟାଙ୍କ ଓ ଆର୍ଥିକ ଅନୁଷ୍ଠାନରେ ଜମା ଉପରେ ସୁଧ ପରିମାଣକୁ ହ୍ରାସ କରାଯାଇଥିଲା । ଯଦି ଆପଣ ୬୦ ବର୍ଷ  ବୟସରୁ କମ୍ ବୟସର ବ୍ୟକ୍ତି ଅଟନ୍ତି, ଯେତେବେଳେ ଆପଣ ବଜାଜ ଫାଇନାନ୍ସ ଏଫଡିରେ ଅଫଲାଇନ ମାଧ୍ୟମରେ ନିବେଶ କରନ୍ତି ଆପଣଙ୍କୁ ୬.୬୦% ପର୍ଯ୍ୟନ୍ତ ସୁଧ ମିଳିଥାଏ । ଅନ୍ୟ ପକ୍ଷରେ ବଜାଜ ଫାଇନାନ୍ସ ଅନଲାଇନ ଏଫଡିରେ ୦.୧୦% ର ଅତିରିକ୍ତ ସୁବିଧା ଅଣ-ବରିଷ୍ଠ ନାଗରିକମାନଙ୍କୁ ପ୍ରଦାନ କରିଥାଏ ଯେଉଁମାନେ ଅନଲାଇନ ମାଧ୍ୟମରେ ନିବେଶ କରନ୍ତି । ତେଣୁ ଏହାଦ୍ୱାରା ଆପଣ ୬.୭୦%ରେ ଆଶ୍ୱସ୍ତି ରିଟର୍ଣ୍ଣ ପାଇପାରିଥାନ୍ତି ।

ସମ୍ବନ୍ଧିତ ଖବର