ପୁନେ :ବଜାଜ ଫାଇନସର୍ଭର ଋଣପ୍ରଦାନ ଏବଂ ବିନିଯୋଗ ଶାଖା ବଜାଜ ଫାଇନାନ୍ସ ଲିମିଟେଡ୍ (ବିଏଫ୍ଏଲ୍) ୩୬ ରୁ ୬୦ ମାସର ଅବଧି ପାଇଁ ସ୍ଥାୟୀ ଜମା (ଏଫଡି) ହାରକୁ ୪୦ ବେସିସ୍ ପଏଣ୍ଟ ବୃଦ୍ଧି କରିଛି। ୫ କୋଟି ଟଙ୍କାରୁ କମ ଜମା ଉପରେ ଏହି ସଂଶୋଧିତ ସୁଧହାର ଗତ ଫେବୃଆରୀ ୧, ୨୦୨୧ ରୁ ଲାଗୁ ହୋଇଛି । ପରିବର୍ତ୍ତିତ ସୁଧହାର ନୂତନ ଜମା ଓ ପରିପକ୍ବ ହେଉଥିବା ଜମାର ନବୀକରଣ ଉପରେ ଲାଗୁ ହେବ।
୧୨ ମାସରୁ ୨୩ ମାସ ମଧ୍ୟରେ ଏଫଡି ପାଇଁ ୫ ବେସିସ୍ ପଏଣ୍ଟ ବୃଦ୍ଧି, ଏବଂ ୨୪ ମାସରୁ ୩୬ ମାସ ମଧ୍ୟରେ ଏଫଡି ପାଇଁ ୩୦ ବେସିସ୍ ପଏଣ୍ଟ ବୃଦ୍ଧି ହୋଇଛି । ୩୬ ରୁ ୬୦ ମାସ ମଧ୍ୟରେ ଅବଧିପାଇଁ ୪୦ ବେସିସ୍ ପଏଣ୍ଟ ବୃଦ୍ଧି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/bajaj-fin.jpg)