ବଜାଜ୍‌ର ହ୍ୟାଟ୍ରିକ୍‌ ଅଫର୍‌

ମୁମ୍ବାଇ: ସେପ୍ଟେମ୍ବର ପହିଲାରୁ ଦୁଇ ଚକିଆ ଯାନ ଗୁଡ଼ିକ ପାଇଁ ଗ୍ରାହକଙ୍କୁ ୫ ବର୍ଷ ଲାଗି ବୀମା କ୍ରୟ କରିବାକୁ ପଡ଼ିବ। ଏଥିଯୋଗୁଁ ଯାନ ଗୁଡ଼ିକର ମୂଲ୍ୟ ୩୦୦୦ ଟଙ୍କାରୁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଗ୍ରାହକଙ୍କୁ ସୁରକ୍ଷା ଦେବା ପାଇଁ ବଜାଜ୍‌ ଅଟୋ ପକ୍ଷରୁ ହ୍ୟାଟ୍‌-ଟ୍ରିକ୍‌ ଅଫର୍‌ ଅଣାଯାଇଛି। ୩୧ ତାରିଖ ସୁଦ୍ଧା ଗ୍ରାହକମାନେ ଏହି ଅଫରର ଲାଭ ନେଇପାରିବେ। ପ୍ଲାଟିନା, ଡିସ୍‌କଭର, ପଲସର ୧୫୦ , ପଲସର ଏନ୍‌ଏସ୍‌ ୧୬୦ କିମ୍ବା ଭି ରେଞ୍ଜର ମୋଟର ସାଇକଲ କିଣିଲେ ଗ୍ରାହକଙ୍କୁ ୧ ବର୍ଷର ମାଗଣା ବୀମା ଯୋଗାଇ ଦିଆଯିବ। ଏଥିଯୋଗୁ ପ୍ଲାଟିନା ଗ୍ରାହକମାନେ ପ୍ରାୟ ୪୮୦୦ ଟଙ୍କା ପର୍ଯ୍ୟନ୍ତ ଏବଂ ପଲସର ଏନ୍‌ଏସ୍‌ ୧୬୦ର ଗ୍ରାହକମାନେ ୮୦୦୦ ଟଙ୍କା ପର୍ଯ୍ୟନ୍ତ ଲାଭ ପାଇପାରିବେ। ଏତଦ୍‌ବ୍ୟତୀତ ସିଟି ୧୦୦, ପ୍ଲାଟିନା, ଡିସକଭର, ଭି , ପଲସର ଉପରେ ଗ୍ରାହକମାନେ ଦୁଇ ବର୍ଷର ମାଗଣା ସର୍ଭିସ ସୁବିଧା ପାଇବେ। ଏତଦ୍‌ବ୍ୟତୀତ ବଜାଜ୍‌ର ଯେକୌଣସି ମୋଟର ସାଇକଲ କିଣିଲେ କୌଣସି ଅତିରିକ୍ତ ଅର୍ଥ ନଦେଇ ୫ ବର୍ଷର ଓ୍ଵାରେଣ୍ଟି ସୁବିଧା ପାଇପାରିବେ। ଏଥିପାଇଁ କମ୍ପାନିର ଡିଲରପଏଣ୍ଟ ଗୁଡ଼ିକ ୩୧ ତାରିଖ ରାତି ୧୧ଟା ପର୍ଯ୍ୟନ୍ତ ଖୋଲା ରହିବ।

ସମ୍ବନ୍ଧିତ ଖବର