ବଜାଜ୍‌ର ନୂଆ ୧୧୦ ସିସି ପ୍ଲାଟିନା, ସିଟି

ଭୁବନେଶ୍ବର: ବଜାଜ ଅଟୋ ପକ୍ଷରୁ ୧୧୦ ସିସିର ପ୍ଲାଟିନା ଓ ସିଟିକୁ ଉନ୍ମୋଚନ କରାଯାଇଛି। ‘ପ୍ଲାଟିନା ୧୧୦ ଏଚ୍‌-ଗିୟର୍‌’ରେ ରହିଛି ଏକ ଡିଜିଟାଲ୍ କନ୍‌ସୋଲ ଯେଉଁଥିରେ ପ୍ରଥମ ଥର ପାଇଁ ଗିୟର ସିଫ୍‌ଟ ଗାଇଡ୍‌, ଟ୍ରିପ୍ ମିଟର ଓ ଫୁଏଲ୍‌ ଇଣ୍ଡିକେଟର୍‌ ସୁବିଧା ପ୍ରଦାନ କରାଯାଇଛି। ଏଥିରେ ଅତିରିକ୍ତ ଭାବେ ଏକ ହାଇୱେ ଗିୟର ରହିଛି ଯାହା ପିକ୍‌ଅପ୍ ଓ ଇନ୍ଧନ ମିତବ୍ୟୟିତାର ଉପଯୁକ୍ତ ସମିଶ୍ରଣ ପ୍ରଦାନ କରୁଛି। ଯେଭଳି ଶୀଘ୍ର ଗିୟର ବଦଳାଇ ହେବ ସେଥିପାଇଁ ଏଥିରେ ଫିଦର୍‌ ଟଚ୍‌ ଗିୟର ସିଫ୍ଟ ବ୍ୟବସ୍ଥା ବ୍ୟବହାର କରାଯାଇଛି। ଏଥିରେ ଟ୍ୟୁବଲେସ୍‌ ଟା‌ୟାର ଓ ୩ଡି ଲୋଗୋ ମଧ୍ୟ ରହିଛି। ତିନିଟି ରଙ୍ଗରେ ଉପଲବ୍ଧ ହେଉଥିବା ପ୍ଲାଟିନା ୧୧୦ ଏଚ୍‌-ଗିୟରର ଏକ୍ସ ସୋ’ରୁମ୍ ଦର (ଦିଲ୍ଲୀ) ୫୫,୩୭୩ ଟଙ୍କା ରହିଛି।ସେହିପରି, ସିଟି ୧୧୦ରେ ସେମି-ନୋବି ଟାୟାର ବ୍ୟବହାର କରାଯାଇଥିବା ବେଳେ ଏହାର ଗ୍ରାଉଣ୍ଡ୍‌ କ୍ଲିୟରାନ୍ସକୁ ବଢ଼ାଯାଇଛି ଓ ଏକ ବଡ଼ କ୍ରାସ୍‌ ଗାର୍ଡ ଲଗାଯାଇଛି। ଏହା ଲମ୍ବା ସିଟ୍‌କୁ ଗ୍ରାହକମାନେ ପସନ୍ଦ କରିବେ ବୋଲି କଂପାନି ପକ୍ଷରୁ କୁହାଯାଇଛି। ଏହାର ଏକ୍ସ ସୋ’ରୁମ୍ ମୂଲ୍ୟ ୩୭,୯୯୭ ଟଙ୍କାରୁ ଆରମ୍ଭ ହୋଇଛି। ଏହା ଉଭୟ କିକ୍ ଷ୍ଟାର୍ଟ ଓ ଇଲେକ୍ଟ୍ରିକ୍ ଷ୍ଟାର୍ଟ ବିକଳ୍ପ ଏବଂ ତିନିଟି ଆକର୍ଷରୀୟ ରଙ୍ଗରେ ଉପଲବ୍ଧ ହେଉଛି।

ସମ୍ବନ୍ଧିତ ଖବର