ନୂଆ ରୂପରେ ଆସିବ ବଜାଜ୍‌ ଚେତକ୍‌ !

ନୂଆଦିଲ୍ଲୀ: ସ୍କୁଟର ମାର୍କେଟକୁ ପୁଣି କବ୍‌ଜା କରିବା ଉଦ୍ୟମ ବଜାଜ୍‌ ଅଟୋ ଆରମ୍ଭ କରିଦେଇଛି। କମ୍ପାନି ବଜାଜ୍‌ ଚେତକ୍‌ର ନୂଆ ଅବତାର ଆଣିବ। ଆସନ୍ତାବର୍ଷ ଏହା ବଜାରକୁ ଆସିବ ବୋଲି ଅନୁମାନ କରାଯାଉଛି। ଏହି ନୂଆ ସ୍କୁଟର ଛବି ଲିକ୍‌ ହୋଇଛି। ତେବେ ଏହାର ମୂଲ୍ୟ ୭୦ ହଜାର ଟଙ୍କା ପାଖାପାଖି ରହିବ ବୋଲି ଅନୁମାନ କରାଯାଉଛି।  ଉଲ୍ଲେଖଯୋଗ୍ୟ ଯେ, ଏକ ସମୟ ଥିଲା ଯେତେବେଳେ ଭାରତୀୟ ସ୍କୁଟର ବଜାରରେ ବଜାଜ୍‌ର ଦବ୍‌ଦବା ରହିଥିଲା। ସ୍କୁଟର ବଜାରରେ କମ୍ପାନିର ବଜାରଅଂଶ ୫୦%ରୁ ଅଧିକ ରହିଥିଲା। ତେବେ କମ୍ପାନି ୨୦୦୯ରେ ଚେତକ୍‌ର ଉତ୍ପାଦନ ବନ୍ଦ କରିଦେଇଥିଲା। ସ୍କୁଟର ଆସିଲେ ବଜାଜ୍‌ର ବଜାରଅଂଶ ଉଲ୍ଲେଖନୀୟ ରହିବ ବୋଲି ଆଶା ରହିଛି।

ସମ୍ବନ୍ଧିତ ଖବର