ବଜାଜ୍‌ ଏମ୍‌ଡିଙ୍କ କ୍ୟାରିଅର୍‌ର ସବୁଠୁ ବଡ଼ ଭୁଲ୍‌

ମୁମ୍ବାଇ: ନିଜ କ୍ୟାରିଅର୍‌ର ସବୁଠୁ ବଡ଼ ଭୁଲ୍ ଉପରୁ ପରଦା ଉଠାଇଛନ୍ତି ବଜାଜ୍‌ ଅଟୋର ପରିଚାଳନା ନିର୍ଦେଶକ ରାଜୀବ ବଜାଜ୍। କଂପାନିର ଏକ ଲୋକପ୍ରିୟ ବାଇକ୍‌ର ୧୦୦ସିସି ମଡେଲ୍‌ ଆଣିବା ତାଙ୍କର ସବୁଠୁ ବଡ଼ ଭୁଲ ଥିଲା ବୋଲି ସେ କହିଛନ୍ତି। ଏହି ବାଇକ୍‌ଟି ୧୨୫ ସିସି ବର୍ଗରେ ଆସିଥିଲା ଓ ଲୋକମାନେ ତାହାକୁ ବହୁତ ପସନ୍ଦ ମଧ୍ୟ କରିଥିଲେ। ଏହା ଏତେ ସଫଳତା ହାସଲ କରିଥିଲା ଯେ ବଜାଜ୍ ଅଟୋ ଦୁଇଚକିଆ ଯାନ ବଜାରରେ ଦ୍ବିତୀୟ ସ୍ଥାନରେ ନିଜ ସ୍ଥିତିକୁ ମଜବୁତ କରିଦେଇଥିଲା। ଏହି ସମୟରେ ଉକ୍ତ ବାଇକ୍‌ର ୧୦୦ ସିସି ମଡେଲ୍‌ ବଜାରକୁ ଛାଡ଼ିବା ଭଳି ଭୁଲ୍‌ ‌ନିଷ୍ପତ୍ତି ନେଇଥିଲେ ରାଜୀବ। କଂପାନିର ମାର୍କେଟିଂ ବିଭାଗର ଅଧିକାରୀମାନେ ତାଙ୍କୁ କହିଥିଲେ ଯେ, ଯଦି ୧୨୫ ସିସିରେ ଏହା ଏତେ ଭଲ ବିକ୍ରି ହେଉଛି ତେବେ ୧୦୦ ସିସି ବର୍ଗରେ ଆସିଲେ ଆମେ ଆହୁରି ବିକ୍ରି କରିପାରିବା। ଏହି ଭୁଲର ପ୍ରଭାବ ଏତେ ଅଧିକ ଥିଲା ଯେ ବଜାଜ୍‌ର ପ୍ରଦର୍ଶନକୁ ତାହା ଗୁରୁତର ଭାବେ ପ୍ରଭାବିତ କରିଥିଲା ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର