ନୂଆଦିଲ୍ଲୀ: ବୈଦ୍ୟୁତିକ ସ୍କୁଟର ସେଗମେଣ୍ଟରେ ବଜାଜ ଅଟୋ ଏହାର ନୂତନ ଚେତକ ୩୦୦୧କୁ ଲଞ୍ଚ କରିଛି | ବିକ୍ରି ମାମଲାରେ ବଜାଜ ଅଟୋ ଓଲା ଇଲେକ୍ଟ୍ରିକକୁ ପଛରେ ପକାଇ ଦୁଇ ନମ୍ବରରେ ପହଂଚିଛି | ଏହି ନୂତନ ଚେତକ ୩୦୦୧ ଇଲେକ୍ଟ୍ରିକ୍ ସ୍କୁଟର ମାଧ୍ୟମରେ ବାଜଜ୍ ପୂର୍ବ ମଡେଲ୍ ଚେତକ ୨୯୦୩କୁ ବଦଳାଇବ | ବଜାରରେ ଅନ୍ତର୍ଭୁକ୍ତ ସମସ୍ତ ସ୍କୁଟର୍ ନୂତନ ପ୍ଲାଟଫର୍ମରେ ଆସିବ | ଚେତକ ୩୦୦୧ ଇଲେକ୍ଟ୍ରିକ୍ ସ୍କୁଟରରେ ୩କିଲୋୱାଟ ବ୍ୟାଟେରୀ ପ୍ୟାକ୍ ଅଛି |
କମ୍ପାନୀ ଦାବି କରିଛି ଯେ ଏହା ଥରେ ଚାର୍ଜରେ ୧୨୭ କିଲୋମିଟର ରେଞ୍ଜ ପ୍ରଦାନ କରେ | ଏହି ସ୍କୁଟର ସହିତ କମ୍ପାନୀ ଷ୍ଟାଣ୍ଡାର୍ଡ ୭୫୦ ୱାଟ ଚାର୍ଜର ଦେଉଛି | ସ୍କୁଟର ବ୍ୟାଟେରୀକୁ ୩ ଘଣ୍ଟା ୫୦ ମିନିଟରେ ୦ ରୁ ୮୦% ପର୍ଯ୍ୟନ୍ତ ଚାର୍ଜ କରାଯାଇପାରିବ | ଏହି ସ୍କୁଟରରେ ୩୫-ଲିଟରର ବୁଟ୍ ସ୍ପେସ୍ ଅଛି | ଯେଉଁଥିରେ ହେଲମେଟ ସହିତ, ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ରଖିପାରିବେ |
ନୂତନ ଚେତକ ୩୦୦୧ ଇଲେକ୍ଟ୍ରିକ୍ ସ୍କୁଟର, ଡିଜାଇନ୍ ଏବଂ ସାଇଜ୍ ଦୃଷ୍ଟିରୁ ଅନ୍ୟ ମଡେଲ ସହିତ ସମାନ | ପ୍ରତିଦିନ ବ୍ୟବହାର ପାଇଁ ଏହି ସ୍କୁଟର ବହୁତ ଭଲ ବୋଲି ବିବେଚନା କରାଯାଉଛି | ଏହି ସ୍କୁଟରରେ ରିଭର୍ସ ଲାଇଟ, କଲ୍ ଏବଂ ମ୍ୟୁଜିକ୍ ନିୟନ୍ତ୍ରଣ ପାଇଁ ଏଲସିଡ଼ି ଡ଼ିସପ୍ଲେ ରହିଛି | ଏହାର ଏକ୍ସସୋରୁମ ମୂଲ୍ୟ ୯୯,୯୯୦ ଟଙ୍କା ରହିଛି ଏହି ସ୍କୁଟର ତିନୋଟି ରଙ୍ଗ ପ୍ରକାରରେ ଆସିବ | ଗ୍ରାହକମାନେ ଏହି ସ୍କୁଟର, ହଳଦିଆ ଏବଂ ନୀଳ ରଙ୍ଗରେ କିଣି ପାରିବେ |