ବଜାଜ୍‌ର ଶକ୍ତିଶାଳୀ ବାଇକ୍ ‘ଡୋମିନାର୍‌ ୪୦୦’

ଭୁବନେଶ୍ବର: ବଜାଜ୍ ଅଟୋ ପକ୍ଷରୁ ଏହାର ଶକ୍ତିଶାଳୀ ବାଇକ୍ ଡୋମିନାର୍‌ ୪୦୦କୁ ଭାରତ ବଜାଜ୍, ନୟାପଲ୍ଲୀରେ ଉନ୍ମୋଚନ କରାଯାଇଛି। ଏହାର ସର୍ବାଧିକ ବେଗ ହେଉଛି ୧୫୬ କିମି। ଏବିଏସ୍‌ ସୁବିଧା ଥିବା ଡୋମିନାର୍‌ ୪୦୦ ଦୁଇଟି ରଙ୍ଗ-ଅରୋରା ଗ୍ରିନ୍ ଓ ଭାଇନ୍ ବ୍ଲାକ୍‌ରେ ଉପଲବ୍ଧ ହେଉଛି। ଏହି ଅବସରରେ ଭାରତ ବଜାଜ୍‌ର ଏମ୍‌ଡି ସୁଶାନ୍ତ ମହାରଣା କହିଛନ୍ତି ଯେ, ପ୍ରିମିୟମ୍ ସ୍ପୋର୍ଟସ୍‌ ବାଇକ୍ ପାଇଁ ଭୁବନେଶ୍ବର ଏକ ଗୁରୁତ୍ବପୂର୍ଣ୍ଣ ବଜାର। ସେଥିପାଇଁ ଏହି ବାଇକ୍‌କୁ ନେଇ କଂପାନି ବହୁତ ଆଶାବାଦୀ ରହିଛି। ଗ୍ରାହକମାନେ ଏହି ସୋ’ରୁମ୍‌ରେ ଡୋମିନାର୍‌ ୪୦୦ର ୨୦୧୯ ମଡେଲ୍‌କୁ ବୁକିଙ୍ଗ୍‌ କରିପାରିବେ। ଏହି ଶକ୍ତିଶାଳୀ ବାଇକ୍‌ରେ ରହିଛି ୩୭୩.୩୩ ସିସି ଡିଓଏଚ୍‌ସି ଇଞ୍ଜିନ, ଟ୍ବିନ୍ ବାରେଲ୍‌ ଏକ୍‌ଜଷ୍ଟ୍‌ ଓ ଅପ୍‌ସାଇଡ୍‌ ଡାଉନ୍‌ ଫୋର୍କ ରହିଛି। ଏଥିରେ ବ୍ୟବହାର କରାଯାଇଥିବା ନୂଆ ଡିଜାଇନ୍‌ର ମିରର୍‌ ଗାଡ଼ିର ସୌନ୍ଦର୍ଯ୍ୟକୁ ବଢ଼ାଇଦେଇଛି।

ସମ୍ବନ୍ଧିତ ଖବର