ପଲସର ଲଭରଙ୍କ ପାଇଁ ଦୁଃଖଦ ଖବର: ବନ୍ଦ ହେଲା ଏହି ମଡେଲର ଉତ୍ପାଦନ

ନୂଆଦିଲ୍ଲୀ: ବଜାଜ ପଲସରକୁ ପସନ୍ଦ କରୁଥିବା ବାଇକ୍ ପ୍ରେମୀଙ୍କ ପାଇଁ ଏକ ଦୁଃଖଦ ଖବର ଅଛି | କାରଣ ବଜାଜ ଏହାର ଏହି ଲୋକପ୍ରିୟ ମଡେଲକୁ ବନ୍ଦ କରିବାକୁ ଯାଉଛି | ଜିଗହ୍ୱିଲସର ରିପୋର୍ଟ ଅନୁଯାୟୀ କମ୍ପାନୀ ଏହାର ଲୋକପ୍ରିୟ ବାଇକ୍ ପଲସର ୨୨୦ଏଫର ଉତ୍ପାଦନ ବନ୍ଦ କରିଦେଇଛି। ୨୦୦୭ ମସିହାରେ ଲଞ୍ଚ ହୋଇଥିବା ଏହି ବାଇକ୍ ଗ୍ରାହକଙ୍କ ଠାରୁ ବହୁତ ଭଲ ରେସପନ୍ସ ପାଇଥିଲା | ଏହି ମଡେଲ କମ୍ ମୂଲ୍ୟରେ ଏକ ସ୍ପୋର୍ଟସ୍ ବାଇକର ଅନୁଭବ ଦେଇଥିଲା | କମ୍ପାନୀ ଚଳିତ ବର୍ଷ ସେପ୍ଟେମ୍ବରରେ ଏହି ମଡେଲର ୪,୧୦୮ଟି ୟୁନିଟ୍ ବିକ୍ରି କରିଛି |

ପଲସର ୨୨୦ଏଫ୍ ବାଇକର ମୂଲ୍ୟ ବର୍ତ୍ତମାନ ୧.୩୪ ଲକ୍ଷ ଟଙ୍କା (ଏକ୍ସ ସୋ’ରୁମ୍) ଥିବାବେଳେ କମ୍ପାନୀର ଏହି ମଡେଲ ୧୫ ବର୍ଷ ଧରି ବାଇକ ପ୍ରେମୀଙ୍କ ପ୍ରଥମ ପସନ୍ଦ ପାଲଟିଥିଲା | ତେବେ ବର୍ତ୍ତମାନ କମ୍ପାନୀ ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। କମ୍ପାନୀ ଲଞ୍ଚ କରିଥିବା ପଲସର ଏନ୍୨୫୦ ଏବଂ ଏଫ୍୨୫୦ର ବିକ୍ରି ବଢାଇବାକୁ ପଲସର ୨୨୦ଏଫକୁ ବନ୍ଦ କରାଯାଇଛି |

ରିପୋର୍ଟ ଅନୁଯାୟୀ, ବଜାଜ ପଲସର ୨୨୦ଏଫର ଉତ୍ପାଦନ ବନ୍ଦ କରିଦିଆଯାଇଛି ଏବଂ ଏହାର ଶେଷ ବ୍ୟାଚର ବିକ୍ରୟ ଏବେ ଶୋ’ରୁମରେ ଚାଲିଛି | ପଲସର ୨୨୦ଏଫ ବାବଦରେ କହିବାକୁ ଗଲେ ଏହି ବାଇକରେ ୨୨୦ସିସିର ସିଙ୍ଗଲ୍ ସିଲିଣ୍ଡର ଇଞ୍ଜିନ ଥିବାବେଳେ ୫-ସ୍ପିଡ୍ ଗିଅରବକ୍ସରେ ଏହି ବାଇକର ମାଇଲେଜ୍ ହେଉଛି ଲିଟର ପିଛା ୪୦ କିଲୋମିଟର | ସେହିପରି ପଲସର ୨୫୦ରେ ୨୪୯.୦୭ ସିସିର ସିଙ୍ଗଲ୍ ସିଲିଣ୍ଡର ଇଞ୍ଜିନ୍ ରହିଛି |

ସମ୍ବନ୍ଧିତ ଖବର