ମୁମ୍ବାଇ: ଦେଶର ପ୍ରମୁଖ ମୋଟରସାଇକେଲ ବ୍ରାଣ୍ଡ୍ ବଜାଜ ଅଟୋ ପକ୍ଷରୁ ନୂଆ ବାଇକ୍ ଆଭେଞ୍ଜର ୧୮୦ ଆସନ୍ତା ମାସରେ ଲଞ୍ଚ୍ କରାଯିବାର ସମ୍ଭାବନା ରହିଛି । ଏହି ନୂଆ ବାଇକ୍ଟି ସୁଜୁକୀର କ୍ରମଶଃ ଲୋକପ୍ରିୟ ହେଉଥିବା ଇଣ୍ଟ୍ରୁଡର ୧୫୦ ବାଇକ୍ ସହ ପ୍ରତିଯୋଗିତା କରିବାର ସମ୍ଭାବନା ରହିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ନୂଆ ବାଇକ୍ଟି ଇଣ୍ଟ୍ରୁଡର ୧୫୦ ତୁଳନାରେ ଶସ୍ତା ରହିବ । ଇଣ୍ଟ୍ରୁଡର ୧୫୦ର ମୂଲ୍ୟ ୯୮,୩୪୦ ଟଙ୍କା ରହିଥିବାବେଳେ ନୂଆ ବଜାଜ୍ ଆଭେଞ୍ଜର ୧୮୦ର ମୂଲ୍ୟ ୮୫,୦୦୦ ଟଙ୍କା ରଖାଯାଇଥିବା ଜଣାଯାଇଛି । ନୂଆ ବଜାଜ ଆଭେଞ୍ଜର ୧୮୦ରେ ରହିଛି ୫ ସ୍ପିଡ୍ ମାନୁଆଲ ଗିଅର ବକ୍ସ । ଏହାର ୧୭ ବିଏଚପି ଇଂଜିନ ୧୧୪ ଏନଏମ ଟର୍କ ସୃଷ୍ଟି କରେ । ଏଥିରେ ଲାଗିଛି ୧୭୮.୨ ସିସି ସିଙ୍ଗଲ ସିଲିଣ୍ଡର ଇଂଜିନ । ଏହା ଡିସ୍କ ବ୍ରେକ୍ ଓ ସିଙ୍ଗଲ ଚ୍ୟାନେଲ ଏବିଏସ ଫିଚର ରହିବ । ଏଥିରେ ମଧ୍ୟ ଡିଜିଟାଲ ଇନଷ୍ଟମେଣ୍ଟ କ୍ଲଷ୍ଟର ଓ ଏଲଇଡି ଲାଇଟ୍ ଆଦି ଅତ୍ୟାଧୁନିକ ବ୍ୟବସ୍ଥା ରହିବ ।
/sambad/media/post_attachments/wp-content/uploads/2018/01/avenzer1-300x173.jpg)
ତେବେ ବଜାଜର ପୂର୍ବରୁ ଆଭେଞ୍ଜର ୧୫୦ ମଡେଲ ଥିବାବେଳେ ତାହାକୁ ଧୀରେ ଧୀରେ ପ୍ରତ୍ୟାହାର କରିନେଇ ତା ବଦଳରେ ଏହି ଆଭେଞ୍ଜର ୧୮୦ ମଡେଲ ବଜାରକୁ ଛାଡ଼ବ ବୋଲି କେତେକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଅନ୍ୟପକ୍ଷରେ ବଜାଜ ଆଭେଞ୍ଜରର ୨୨୦ ଭର୍ସନ ମଧ୍ୟ ରହିଛି ଯାହାକି ଉଭୟ କ୍ରୁଜ ଓ ଷ୍ଟ୍ରିଟ୍ ଭାରିଆଣ୍ଟରେ ମିଳୁଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/bajaj-avenger-street-150.jpg)