ବଜାଜର ନୂଆ ସିଟି୧୧୦ଏକ୍ସ

ଭୁବନେଶ୍ବର: ବଜାଜ ଅଟୋ ପକ୍ଷରୁ ନୂଆ ସିଟି୧୧୦ଏକ୍ସ ବାଇକ୍‌କୁ ଉନ୍ମୋଚନ କରାଯାଇଛି। ଏହାର ଏକ୍ସ ସୋ’ରୁମ୍ ମୂଲ୍ୟ ୫୫,୪୯୪ ଟଙ୍କା ରହିଛି। ଏହା ଚାରିଟି ରଙ୍ଗରେ ଉପଲବ୍ଧ ହୋଇଛି। ନୂଆ ସିଟି୧୧୦ଏକ୍ସରେ କଂପାନି ବ୍ୟବହାର କରିଛି ୧୧୫ ସିସି ଡିଟିଏସ୍-ଆଇ ଇଞ୍ଜିନ ଯାହା ଉନ୍ନତ ଶକ୍ତି ଓ ଟର୍କ ଉତ୍ପନ୍ନ କରୁଛି। ଏହାର ଗ୍ରାଉଣ୍ଡ୍‌ କ୍ଲିୟରାନ୍ସ ୧୭୦ଏମ୍ଏମ୍‌ ରହିଥିବା ବେଳେ ହ୍ବିଲ୍‌ ବେସ୍‌ ୧୨୮୫ ଏମ୍‌ଏମ୍‌ ରହିଛି। ପଛ ପାର୍ଶ୍ବରେ ସ୍ପ୍ରିଙ୍ଗ୍‌-ଇନ୍‌-ସ୍ପ୍ରିଙ୍ଗ୍‌ ସସ୍‌ପେନ୍‌ସନ୍ ବ୍ୟବହାର କରାଯାଇଛି। ନୂଆ ବାଇକ୍ ସମ୍ପର୍କରେ ବଜାଜ ଅଟୋର ସଭାପତି (ମୋଟରସାଇକଲ୍) ସାରଙ୍ଗ କାନାଡେ କହିଛନ୍ତି ଯେ ସିଟି୧୧୦ଏକ୍ସ ଗ୍ରାହକମାନଙ୍କୁ ଉତ୍କୃଷ୍ଟ ସୁବିଧା, ଆରାମଦାୟକ ଗାଡ଼ି ଚାଳନା ଅନୁଭୂତି, ଦୀର୍ଘସ୍ଥାୟିତ୍ବ ପ୍ରଦାନ କରିବ ଓ ଏହା ମାଇଲେଜ୍‌ରେ ସାଲିସ କରିବ ନାହିଁ। ଗ୍ରାହକମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆମେ ଏହି ବାଇକ୍ ତିଆରି କରିଛୁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର