ଖୁବ ଶୀଘ୍ର ମାର୍କେଟକୁ ଆସିବାକୁ ଯାଉଛି ବାଉଁଶରେ ନିର୍ମିତ ଡ୍ରେସ ଓ ଶାଢ଼ି

ଫ୍ୟାଶନ ଦୁନିଆରେ ଚହଳ ପକାଇବ ବାଉଁଶ ଫାଇବର

ନୂଆଦିଲ୍ଲୀ: ଦିନକୁ ଦିନ ବଦଳୁଥିବା ଫ୍ୟାଶନ ଦୁନିଆରେ ବାଉଁଶ ନିର୍ମିତ ପ୍ୟାଣ୍ଟ-ସାର୍ଟ, ଶାଢ଼ୀ ଖୁବ ଶୀଘ୍ର ଚହଳ ପକାଇବାକୁ ଯାଉଛି | ଏହି ବାଉଁଶ କପଡା ଶରୀର ପାଇଁ ଆରାମଦାୟକ ହୋଇଥିବାବେଳେ ପରିବେଶ ସୁରକ୍ଷା ପାଇଁ ସହାୟକ ହେବ | ଆଇଆଇଟି ଦିଲ୍ଲୀର ପ୍ରାକ୍ତନ ଛାତ୍ର ଅନୁଭବ ମିତ୍ତଲ ଏବଂ ତାଙ୍କ ପତ୍ନୀ ବିଭା ମିତ୍ତଲ ଆଇଆଇଟି କାନପୁରର ଇନୋଭେସନ୍ ଆଣ୍ଡ ଇନକ୍ୟୁବେସନ ସେଲ୍ ସହିତ ମିଶି ବାଉଁଶ ଫାଇବରରୁ କପଡା ତିଆରି କରିବାରେ ଲାଗିପଡିଛନ୍ତି । ବାଉଁଶ ଫାଇବରରୁ ପ୍ୟାଣ୍ଟ-ସାର୍ଟ, ଶାଢ଼ୀ ଏବଂ କପଡା ତିଆରି କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ବହୁତ କିଛି ସ୍ୱତନ୍ତ୍ର ବୈଶିଷ୍ଟ୍ୟ ଯୋଗୁଁ ଏହା ଚହଳ ପକାଇବାକୁ ଯାଉଛି | ଆଣ୍ଟି-ବ୍ୟାକ୍ଟେରିଆ ଉପାଦାନ ଯୋଗୁଁ ଏହି ପୋଷାକରୁ ଝାଳର ଗନ୍ଧ ହେବ ନାହିଁ ବୋଲି ଜଣାପଡିଛି | ବାଉଁଶ ଫାଇବର ସିନ୍ଥେଟିକ୍ ଫାଇବର ପରି ହୋଇଥିବାବେଳେ ସହଜରେ ସୂତା ସହିତ ମିଶ୍ରିତ ହୋଇପାରେ | ତେବେ ଏହି ବାଉଁଶ ଫାଇବର ପୋଷାକ ସୂତା ପୋଷାକ ଅପେକ୍ଷା ଟିକେ ମହଙ୍ଗା ହେବ |

फैशन की दुनिया में तहलका मचा देंगे बांस से बने पैंट-शर्ट, साड़ी और चादर, कई खूबियां हैं इनमें

ବାଉଁଶ ପୋଷାକର ଲାଭ
ଆଣ୍ଟି ବ୍ୟାକ୍ଟେରିଆ ହେବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହେବ |
ପୋଷାକରୁ ଝାଳ ଗନ୍ଧ ହେବ ନାହିଁ |
ସୂତା ପୋଷାକ ପରି ହାଲୁକା ଏବଂ ଆରାମଦାୟକ ହେବ |

୨୦୦୨ ରେ ଅନୁଭବ ଟେକ୍ସଟାଇଲ ଟେକ୍ନୋଲୋଜିରେ ବି.ଟେକ୍ କରିଥିବାବେଳେ ତାଙ୍କ ପତ୍ନୀ ଭିଭା ଏନଆଇଏଫଡ଼ି ଦିଲ୍ଲୀରୁ ପାଠ ପଢ଼ିଥିବାରୁ ଡିଜାଇନ୍ ଏବଂ ଫ୍ୟାଶନ୍ ଦୃଷ୍ଟିରୁ ପୋଷାକ ଭଲ ହେବ ବୋଲି ଆଶା କରାଯାଉଛି | ଅନୁଭବଙ୍କ କହିବାନୁସାରେ, ବାୟୋମାଇଜ୍ ନାମରେ କମ୍ପାନୀକୁ ପଞ୍ଜୀକୃତ କରି ଅଳ୍ପ ପରିମାଣରେ ଉତ୍ପାଦନ ଆରମ୍ଭ ହୋଇଛି। ଫ୍ୟାଶନ ସେକ୍ଟର ସହ ଜଡିତ ଦେଶ ତଥା ବିଦେଶର ଅନେକ ଜଣାଶୁଣା କମ୍ପାନୀ ସହ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । କରୋନା ସଂକ୍ରମଣ ଦୂର ହେବା ମାତ୍ରେ ଉତ୍ପାଦନକୁ ବ୍ୟାପକ କରାଯିବ |

ସମ୍ବନ୍ଧିତ ଖବର