୨୦୨୭ ସୁଦ୍ଧା ବଡ଼ ସହରରେ ଡିଜେଲ ଗାଡ଼ି ନିଷିଦ୍ଧ କର : ପେଟ୍ରୋଲିୟମ ମନ୍ତ୍ରାଳୟ କମିଟିର ସୁପାରିଶ

ନୂଆଦିଲ୍ଲୀ : ଆଗାମୀ ଦିନରେ ଡିଜେଲ ଚାଳିତ କାର୍ ଓ ଏସୟୁଭି ଉପରେ କଟକଣା ଲଗାଯାଇପାରେ। ପେଟ୍ରୋଲିୟମ୍ ମନ୍ତ୍ରଣାଳୟର ଏନର୍ଜି ଟ୍ରାଞ୍ଜିସନ ଆଡଭାଇଜରି କମିଟି ଏହାର ଚୂଡ଼ାନ୍ତ ରିପୋର୍ଟରେ ୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହରରେ ୨୦୨୭ ସୁଦ୍ଧା ଡିଜେଲ ଚାଳିତ କାର୍ ଏବଂ ଏସୟୁଭି ଉପରେ ପ୍ରତିବନ୍ଧକ ଲଗାଇବାକୁ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଛି। ରିପୋର୍ଟରେ ୨୦୨୪ରୁ କେବଳ ଇଲେକ୍ଟ୍ରିକ୍ ଯାନ ପଞ୍ଜୀକରଣ ଉପରେ ଗୁରୁତ୍ୱାରୋପ କରାଯାଇଛି, ଯାହାଫଳରେ ଆଗାମୀ ୧୦ ବର୍ଷ ମଧ୍ୟରେ ୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହରରେ ୭୫ ପ୍ରତିଶତ ଯାନ ଇଲେକ୍ଟ୍ରିକ୍ ହେବ।

୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହରକୁ ଏଥିରେ ସାମିଲ କଲେ ଓଡ଼ିଶାର ଭୁବନେଶ୍ବର ବି ଏସବୁ ସହର ତାଲିକାରେ ସାମିଲ ହେବ ।

୨୦୩୫ ସୁଦ୍ଧା ଜାତୀୟ ଏନର୍ଜି ବାସ୍କେଟରେ ଗ୍ରିଡ୍ ପାୱାରର ଅଂଶ କୁ ଦୁଇଗୁଣା କରି ୪୦ ପ୍ରତିଶତ କରିବାକୁ କମିଟି ସୁପାରିସ କରିଛି। କମିଟି ପେଟ୍ରୋଲିୟମ, କୋଇଲା, ଶକ୍ତି ଏବଂ ଅକ୍ଷୟ ଶକ୍ତି ସମ୍ବନ୍ଧୀୟ ମନ୍ତ୍ରଣାଳୟଗୁଡ଼ିକୁ ଏକ ମନ୍ତ୍ରୀ ଗୋଷ୍ଠୀ ଗଠନ କରିବାକୁ କହିଛି। ଶକ୍ତି ବ୍ୟବହାର ଉପରେ ନଜର ରଖୁଥିବା ମନ୍ତ୍ରଣାଳୟର ସଦସ୍ୟଙ୍କୁ ନେଇ ସଚିବମାନଙ୍କୁ ନେଇ ଏକ କମିଟି ଗଠନ କରିବାକୁ କୁହାଯାଇଛି ।

ସମ୍ବନ୍ଧିତ ଖବର