କରୋନା ଭୂତାଣୁ ପ୍ରଭାବ, ସାନିଟାଇଜର୍‌ ରପ୍ତାନି ଉପରେ କଟକଣା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସାନିଟାଇଜର୍‌ ଓ ଭେଣ୍ଟିଲେଟର ରପ୍ତାନି ଉପରେ କଟକଣା ଲଗାଇଛନ୍ତି। କରୋନା ଭୂତାଣୁ ପ୍ରଭାବକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି। ସରକାରଙ୍କ ପକ୍ଷରୁ ଆର୍ଟିଫିସିଆଲ ରେସ୍‌ପିରୋଟାରି ଆପାରାଟସ୍‌, ନିଶ୍ବାସ ପ୍ରଶ୍ବାସ ନେବାରେ ସହାୟକ ହେଉଥିବା ଉପକରଣ ଏବଂ ସାନିଟାଇଜର୍‌ର ରପ୍ତାନି ବନ୍ଦ କରିଦେଇଛନ୍ତି। ଚଳିତ ମାସ ୧୯ରେ ଭେଣ୍ଟିଲେଟର ରପ୍ତାନି ଉପରେ କଟକଣା ଲଗାଯାଇଥିଲା। ଏନେଇ ‌ବୈଦେଶିକ ବ୍ୟାପାର ମହାନିର୍ଦେଶାଳୟ (ଡିଜିଏଫ୍‌ଟି) ତରଫରୁ ବିଜ୍ଞପ୍ତି ଜାରି ହୋଇଛି। ଗତ ୧୯ ତାରିଖରେ ସରକାର କେତେକ ନିର୍ଦିଷ୍ଟ ପ୍ରକାରର ମାସ୍କ, ଭେଣ୍ଟିଲେଟର ଓ ମାସ୍କ ତିଆରିରେ ବ୍ୟବହାର ହେଉଥିବା କପଡ଼ା ରପ୍ତାନି ଉପରେ କଟକଣା ଲଗାଇଥିଲେ। ଏବେ ‌ସେହି ତାଲିକାରେ ଆଉ କିଛି ସାମଗ୍ରୀ ଯୋଡ଼ି ଦିଆଯାଇଛି। ସାନିଟାଇଜର୍‌କୁ ପୂର୍ବରୁ ‘ମୁକ୍ତ’ ବର୍ଗରେ ରଖାଯାଇଥିଲା। ଏବେ ତାହାକୁ ‘ନିଷିଦ୍ଧ’ ବର୍ଗରେ ସାମିଲ କରାଯାଇଛି।

ସମ୍ବନ୍ଧିତ ଖବର