ଭାରତରେ ୫ ବର୍ଷ ପୂରଣ କଲା ବନ୍ଧନ ବ୍ୟାଙ୍କ

ଭୁବନେଶ୍ୱର: ଭାରତର ନବୀନତମ ସାର୍ବଜନୀନ ବ୍ୟାଙ୍କ ବନ୍ଧନ ବ୍ୟାଙ୍କ ସମାଜର ବ୍ୟାଙ୍କ ପହଞ୍ଚିନଥିବା ଓ ଅଳ୍ପ ବ୍ୟାଙ୍କ ଥିବା ଅଂଚଳକୁ ସେବା ପ୍ରଦାନ କରି ୨୦୨୦ ଅଗଷ୍ଟ ୨୩ରେ କାରବାରର ୫ ସଫଳତମ ବର୍ଷ ପୂରଣ କରିବାକୁ ଯାଉଛି ।

ବନ୍ଧନ ଗ୍ରୁପ ଯାହା ଭାରତର ଗ୍ରାମାଞ୍ଚଳ ଓ ଅର୍ଧ ସହରାଞ୍ଚଳ ସାମାଜିକ ପିରାମିଡର ନିମ୍ନ ସ୍ତରରେ ବାସ କରୁଥିବା ଲୋକମାନଙ୍କ ଆର୍ଥିକ ଆବଶ୍ୟକତା ପୂରଣ କରୁଛି ତାହାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏକ ସମ୍ପୂର୍ଣ୍ଣ ବ୍ୟାଙ୍କ ସ୍ଥାପନ କରିବା ଲାଗି ୨୦୧୫ ଜୁନରେ ଚୂଡ଼ାନ୍ତ ମଞ୍ଜୁରି ଦିଆଯାଇଥିଲା । ଉପଯୁକ୍ତ ସମୟରେ ଋଣ ପହଂଚାଇବା, କ୍ରୁର ମହାଜନମାନଙ୍କ କବଜାରୁ ଗରିବ ଲୋକମାନଙ୍କୁ ମୁକ୍ତ କରି ଦେଶର ଆର୍ଥିକ ସ୍ତରର ଦୁର୍ବଳ ବର୍ଗର ଲୋକମାନଙ୍କ ଉନ୍ନତି ପାଇଁ ବିଗତ ଦୁଇ ଦଶନ୍ଧୀ ଧରି ବନ୍ଧନ ଅକ୍ଳାନ୍ତ ପରିଶ୍ରମ କରୁଛି ।

ନିଜ ହୃଦୟରେ ଅନ୍ତର୍ଭୁକ୍ତିକରଣ ବ୍ୟାଙ୍କିଙ୍ଗକୁ ସ୍ଥାନ ଦେଇଥିବା ବନ୍ଧନ ବ୍ୟାଙ୍କକୁ ସାର୍ବଜନୀନ ବ୍ୟାଙ୍କିଙ୍ଗ ଲାଇସେନ୍ସ ମିଳିବା ପରେ ତାହା ଏହାକୁ ଏକ ଦୃଢ଼ ଏବଂ କଳାତ୍ମକ ରିଟେଲ୍ ବ୍ୟାଙ୍କିଙ୍ଗ୍ ଫ୍ରାଞ୍ଚାଇଜିରେ ପରିଣତ କରିଛି, ଯାହା ଦ୍ରୁତ ଗତିରେ ଖୁଚୁରା ଜମା ସଂଗ୍ରହ କରୁଛି । ଏହାର ଗ୍ରାହକମାନଙ୍କ ମଧ୍ୟରେ ଆର୍ଥିକ ସଂଚୟ ଅଭ୍ୟାସ ସୃଷ୍ଟି କରିବାରେ ଏହା ସହାୟକ ହୋଇଛି ଏବଂ ଗ୍ରାହକଙ୍କ ପାଇଁ ବ୍ୟାଙ୍କ ଏହାର ସୁଧ ହାରରୁ ଆହୁରି କମ୍ କରିପାରିଛି ।
ଏକ ବ୍ୟାଙ୍କରେ ପରିଣତ ହେବା ପରେ ବନ୍ଧନ ବ୍ୟାଙ୍କ ୩୪ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଳଚରେ ୪୫୫୯ଟି ବ୍ୟାଙ୍କିଙ୍ଗ୍ ଆଉଟ୍ଲେଟ୍ ଓ ୪୮୫ ଏଟିଏମ୍ ଜରିଆରେ ଭାରତର କୋଣ ଅନୁକୋଣକୁ ଏହାର ଉପସ୍ଥିତି ବିସ୍ତାର କରିଛି ।

ସମ୍ବନ୍ଧିତ ଖବର