ଡିସେମ୍ବର ୧୨ରୁ ବାଙ୍ଗାଲୋରରେ ‘ଏକ୍ସକନ୍‌-୨୦୧୭’

ଭୁବନେଶ୍ୱର: ଚଳିତ ବର୍ଷ ଡିସେମ୍ବର ୧୨-୧୬ ପର୍ଯର୍୍ୟନ୍ତ ବାଙ୍ଗାଲୋର ଆନ୍ତର୍ଜାତିକ ପ୍ରଦର୍ଶନୀ କେନ୍ଦ୍ରରେ ଆୟୋଜିତ ହେବାକୁ ଯାଉଛି ଦକ୍ଷିଣ ଏସିଆର ବୃହତ୍ତମ କନଷ୍ଟ୍ରକ୍ସନ ଉପକରଣ ପ୍ରଦର୍ଶନୀ ‘ଏକ୍ସକନ୍‌ ୨୦୧୭’। ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ସହଯୋଗରେ ଆଜି ଏ ବିଷୟରେ ଏକ ରୋଡ୍‌ ସୋ’ ଆୟୋଜନ କରାଯାଇଥିଲା। ଏହି ପ୍ରଦର୍ଶନୀରେ ସାମିଲ ହେବା ପାଇଁ ପ୍ରଦର୍ଶନୀ ଷ୍ଟିୟରିଂ କମିଟିର ସଦସ୍ୟ ଟି ଆର୍‌ ଭାରଥନ୍‌ ରାଜ୍ୟର ଠିକାଦାରମାନଙ୍କୁ ଆହ୍ଵାନ ଦେଇଛନ୍ତି। ଏଥି ସହିତ ରାଜ୍ୟ ସରକାରଙ୍କ ପ୍ରତିନିଧିଙ୍କୁ ମଧ୍ୟ ପ୍ରଦର୍ଶନୀ ବୁଲି ଦେଖିବାକୁ ସେ ଆମନ୍ତ୍ରଣ କରିଛନ୍ତି। ପାଞ୍ଚ ଦିନ ଧରି ଚାଲିବାକୁ ଥିବା ଏହି ସମମିଳନୀରେ ୩୦୦ରୁ ଅଧିକ ବିଦେଶୀ କଂପାନି ସମେତ ୧୦୦୦ରୁ ଅଧିକ ସଂସ୍ଥା ଭାଗ ନେବେ। ଜର୍ମାନି, ଇଟାଲି, ଚୀନ୍‌ ଏବଂ ଦକ୍ଷିଣ କୋରିଆ ଭଳି ରାଷ୍ଟ୍ର ପାଇଁ ସ୍ୱତନ୍ତ୍ର ରାଷ୍ଟ୍ର ପାଭିଲିଅନ୍‌ ରହିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର