ନୂଆଦିଲ୍ଲୀ : ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକରେ ସରକାରୀ ଅଂଶଧନ ମାତ୍ରା ୨୬% ପର୍ଯ୍ୟନ୍ତ ହ୍ରାସ କରିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆର୍ଥିକ ନିୟାମକ ସଂସ୍ଥାଗୁଡ଼ିକର ମୁଖ୍ୟମାନଙ୍କ ଆଲୋଚନା ସମୟରେ ରିଜର୍ଭ ବ୍ୟାଙ୍କ ଏହି ପ୍ରସ୍ତାବ ଦେଇଛି। ଏଥି ସହିତ ସରକାରୀ ବ୍ୟାଙ୍କଗୁଡ଼ିକର ପରିଚାଳନା ନିର୍ଦେଶକ ଓ ସିଇଓଙ୍କୁ ତିନି ବର୍ଷ କିମ୍ବା ପାଞ୍ଚ ବର୍ଷର ଲମ୍ବା ଅବଧି ପର୍ଯ୍ୟନ୍ତ ନିଯୁକ୍ତି ଦେବା ସପକ୍ଷରେ ଏହା ଯୁକ୍ତି ଉପସ୍ଥାପନ କରିଛି। ଏହା ହେଲେ ସେମାନେ ପ୍ରଭାବଶାଳୀ ଢଙ୍ଗରେ ବ୍ୟାଙ୍କର ପରିଚାଳନା କରିପାରିବେ ବୋଲି ରିଜର୍ଭ ବ୍ୟାଙ୍କ ଭାବୁଛି। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକରେ ସରକାରୀ ଅଂଶଧନ ପରିମାଣ ଏବେ ୫୦ ପ୍ରତିଶତରୁ ଅଧିକ ରହିଛି। ତାହାକୁ କମ୍ କରିବାକୁ ହେଲେ ବୈଧାନିକ ମଞ୍ଜୁରି ଦରକାର ପଡ଼ିବ। ବ୍ୟାଙ୍କିଙ୍ଗ୍ ନିୟମରେ ସଂଶୋଧନ ଦରକାର ହେବ।
ବ୍ୟାଙ୍କରେ ସରକାରୀ ଅଂଶଧନ ୨୬% ପର୍ଯ୍ୟନ୍ତ ହ୍ରାସ କରିବାକୁ ପ୍ରସ୍ତାବ
/sambad/media/post_attachments/wp-content/uploads/2019/09/433374-416676-bank-holiday.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)