ମୁମ୍ବାଇ: ବ୍ୟାଙ୍କ୍ ଅଫ୍ ବରୋଦା ପକ୍ଷରୁ ସୁଲଭ ସୁଧ ହାରରେ ଗୃହ ଋଣ ପ୍ରଦାନ କରାଯାଉଛି। ଗୃହ ଋଣ ପାଇଁ ବ୍ୟାଙ୍କର ଏକ ବର୍ଷିଆ ଏମ୍ସିଏଲ୍ଆର୍ ହେଉଛି ୮.୩୦%। ସମସ୍ତ ବର୍ଗର ଗ୍ରାହକଙ୍କ ପାଇଁ ଏହି ହାରରେ ବ୍ୟାଙ୍କ ଗୃହ ଋଣ ଯୋଗାଇ ଦେବ। ୩୦ ବର୍ଷ ପର୍ଯ୍ୟନ୍ତ ଅବଧିର ସବୁ ପ୍ରକାର ଗୃହ ଋଣ ଉପରେ ଏହି ହାର ଲାଗୁ ହେବ। ଋଣ ମୂଲ୍ୟର କୌଣସି ସୀମା ଏଥିପାଇଁ ଧାର୍ଯ୍ୟ କରାଯାଇନାହିଁ। ବ୍ୟାଙ୍କର ଇଡି ଅଶୋକ କୁମାର ଗର୍ଗ କହିଛନ୍ତି ଯେ ଆମେ ହେଉଛୁ ଏକ ଗ୍ରାହକ କୈନ୍ଦ୍ରୀକ ବ୍ୟାଙ୍କ। ଆମର ମାନ୍ୟତାପ୍ରାପ୍ତ ଗ୍ରାହକମାନଙ୍କୁ ଆମେ ଏକ ବର୍ଷିଆ ଏମ୍ସିଏଲ୍ଆର୍ରେ ଗୃହ ଋଣ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛୁ।