ନୂଆଦିଲ୍ଲୀ: ଦେଶର ସବୁଠୁ ବଡ଼ ବ୍ୟାଙ୍କ ଠକେଇ ସାମ୍ନାକୁ ଆସିବା ପରେ ଅର୍ଥ ମନ୍ତ୍ରାଳୟ ଏ ନେଇ ଏବେ ତତ୍ପରତା ପ୍ରକାଶ କରିଛି। ସମ୍ଭାବ୍ୟ ଜାଲିଆତି ସଂପର୍କରେ ଜାଣିବା ପାଇଁ ୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏନ୍ପିଏ ଖାତା ଗୁଡ଼ିକୁ ଯାଞ୍ଚ କର। ଜାଲିଆତି ହୋଇଥିଲେ ସେ ସଂପର୍କରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ସୂଚନା ଦିଅ। ଅର୍ଥ ମନ୍ତ୍ରାଳୟର ଆର୍ଥିକ ବ୍ୟାପାର ବିଭାଗର ସଚିବ ରାଜୀବ କୁମାର ଏହି ନିର୍ଦେଶ ଏକ ଟ୍ଵିଟ୍ ମାଧ୍ୟମରେ ସରକାରୀ ବ୍ୟାଙ୍କ ଗୁଡ଼ିକର ଏମ୍ଡିଙ୍କୁ ଦେଇଛନ୍ତି। ଫେମା, ମନି ଲଣ୍ଡରିଂ ନିରୋଧ ଆଇନ ଏବଂ ରପ୍ତାନି ଆମଦାନି ନିୟମ ଉଲ୍ଲଂଘନ ହୋଇଥିଲେ ସେସବୁ ମାମଲାରେ ପ୍ରବର୍ତନ ନିର୍ଦେଶାଳୟ(ଇଡି)/ଆର୍ଥିକ ଗୁଇନ୍ଦା ନିର୍ଦେଶାଳୟକୁ ସାମିଲ କରିବା ଲାଗି କୁହାଯାଇଛି। ଜାଲିଆତିକୁ ତୁରନ୍ତ ବାହାର କରିବା ସହିିତ ନିର୍ଧାରିତ ସମୟ ସୀମା ମଧ୍ୟରେ ଏ ନେଇ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି। ସଚିବଙ୍କ ପକ୍ଷରୁ ଏହା ମଧ୍ୟ ନିର୍ଦେଶ ଦିଆଯାଇଛି ୫୦ କୋଟି ଟଙ୍କାରୁ ଊର୍ଧ୍ୱ ମୂଲ୍ୟର ଜାଲିଆତିରେ ସରକାରୀ ବ୍ୟାଙ୍କ ଗୁଡ଼ିକର ମୁଖ୍ୟ ଦୁର୍ନୀତି ନିବାରଣ ଅଧିକାରୀ (ସିଭିସି) ମାନେ ଅଭିଯୋଗଗୁଡ଼ିକୁ ଯାଞ୍ଚ କରିବେ ଏବଂ ସିବିଆଇ ସହ ସମନ୍ଵୟ ରଖି କାର୍ଯ୍ୟ କରିବେ।
ବ୍ୟାଙ୍କରେ ଯେଉଁ ପରିଚାଳନାଗତ ଓ ବୈଷୟିକ ବିପଦ ରହିଛି ତାହାର ମୁକାବିଲା କରିବା ଲାଗି ଆଗୁଆ କି ପଦକ୍ଷେପ ନିଆଯାଇ ପାରିବ ସେ ନେଇ ୧୫ ଦିନ ମଧ୍ୟରେ କାର୍ଯ୍ୟଯୋଜନା ଉପସ୍ଥାପନ କରିବାକୁ କୁହାଯାଇଛି। ବରିଷ୍ଠ ଅଧିକାରୀମାନଙ୍କୁ ସ୍ପଷ୍ଟ ଭାବେ ଉତ୍ତରଦାୟିତ୍ୱ ନ୍ୟସ୍ତ କରିବା ଲାଗି ମଧ୍ୟ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଅନ୍ୟ ଏକ ନିର୍ଦେଶନାମାରେ କୁହାଯାଇଛି।
ଆହ୍ଲାବାଦ ବ୍ୟାଙ୍କ ଏମ୍ଡି, ଆଇସିଆଇସିଆଇ ବ୍ୟାଙ୍କ ଇଡିଙ୍କୁ ସିବିଆଇର ପଚରାଉଚରା
ନୂଆଦିଲ୍ଲୀ, ୨୭/୨: ପିଏନ୍ବିର ମହାଘୋଟାଲା ମାମଲାରେ ସିବିଆଇ ଆହ୍ଲାବାଦ ବ୍ୟାଙ୍କର ଏମ୍ଡି ତଥା ସିଇଓ ତଥା ଆଇବିଏର ଅଧ୍ୟକ୍ଷ ଉଷା ଅନନ୍ତ ସୁବ୍ରମଣ୍ୟନ୍ ଏବଂ ଆଇସିଆଇସିଆଇ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦେଶକ (ଇଡି) ଏନ୍. ଏସ୍. କାନନ୍ଙ୍କୁ ପଚରାଉଚରା କରିଛି। ଜଣେ ଅଧିକାରୀଙ୍କ କହିବାନୁଯାୟୀ ସିବିଆଇର ମୁମ୍ବାଇ କାର୍ଯ୍ୟାଳୟରେ ସୁବ୍ରମଣ୍ୟନ୍ଙ୍କୁ ପଚରାଉଚରା କରାଯାଇଛି। ୨୦୧୭ ମେ ୬ରେ ଆହ୍ଲାବାଦ ବ୍ୟାଙ୍କର ଏମଡି ତଥା ସିଇଓ ପଦରେ ନିଯୁକ୍ତ ହେବା ପୂର୍ବରୁ ସେ ପିଏନ୍ବିର ଏମ୍ଡି ତଥା ସିଇଓ ରହିଥିଲେ। ୨୦୧୧ ଜୁଲାଇରୁ ୨୦୧୩ ନଭେମ୍ବର ପର୍ଯ୍ୟନ୍ତ ସେ ପିଏନ୍ବିର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ। ମେହୁଲ ଚୋକ୍ସିଙ୍କ ଗୀତାଞ୍ଜଳି ଗ୍ରୁପ୍କୁ ଟଙ୍କା ଦେବା ପାଇଁ ଗଠିତ ବ୍ୟାଙ୍କ କନସୋର୍ଟିୟମ୍ରେ ନେତୃତ୍ୱ ଆଇସିଆଇସିଆଇ ବ୍ୟାଙ୍କ ନେଇଥିବାରୁ ଏହାର କାର୍ଯ୍ୟନିର୍ବାହୀ ନିର୍ଦେଶକଙ୍କୁ ପଚରାଉଚରା କରାଯାଇଛି। ଏତଦ୍ବ୍ୟତୀତ ପିଏନ୍ବିର ଦୁଇଜଣ ଜେନେରାଲ ମ୍ୟାନେଜର ନେହଲ ଆହଦ୍ ଓ ବିମଳେଶ କୁମାରଙ୍କ ସମେତ ଦୁଇଜଣ ଅଡିଟରଙ୍କୁ ମଧ୍ୟ ସିବିଆଇ ପଚରାଉଚରା କରିଛି।
ବ୍ୟାଙ୍କ ଠକେଇ:ସିବିଆଇ ପାଇଁ ବାଟ ଖୋଲିଲା
୫୦ କୋଟିରୁ ଅଧିକ ଏନ୍ପିଏ ଥିଲେ ଖୋଳତାଡ଼ ହେବ
/sambad/media/post_attachments/wp-content/uploads/2018/02/GST-1-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)