୬ ବ୍ୟାଙ୍କର ଚେକ୍‌ ଅକାମୀ ହେଲା

ମୁମ୍ବାଇ: ଭାରତୀୟ ଷ୍ଟେଟ ବ୍ୟାଙ୍କ ସହ ମିଶି ଯାଇଥିବା ୬ଟି ବ୍ୟାଙ୍କର ଚେକ୍‌ ଆଜିଠାରୁ ଅକାମୀ ହୋଇଯାଇଛି। ସେହି ୬ଟି ବ୍ୟାଙ୍କ ମଧ୍ୟରେ ଷ୍ଟେଟ ବ୍ୟାଙ୍କର ୫ଟି ସହଯୋଗୀ ବ୍ୟାଙ୍କ ରହିଛନ୍ତି। ଚେକ୍‌ ବହି ଅକାମୀ ହୋଇଥିବା ବ୍ୟାଙ୍କ ଗୁଡ଼ିକ ହେଲେ ଷ୍ଟେଟ ବ୍ୟାଙ୍କ ଅଫ୍‌ ପଟିଆଲା, ଷ୍ଟେଟ ବ୍ୟାଙ୍କ ଅଫ୍‌ ରାୟପୁର, ଷ୍ଟେଟ ବ୍ୟାଙ୍କ ଅଫ୍‌ ଟ୍ରାଭାଙ୍କୋର, ଷ୍ଟେଟ ବ୍ୟାଙ୍କ ଅଫ୍‌ ବିକାନେର୍‌ ଆଣ୍ଡ ଜୟପୁର, ଷ୍ଟେଟ ବ୍ୟାଙ୍କ ଅଫ୍‌ ହାଇଦ୍ରାବାଦ ଏବଂ ଭାରତୀୟ ମହିଳା ବ୍ୟାଙ୍କ। ବ୍ୟାଙ୍କ ଗୁଡ଼ିକ ଚଳିତ ବର୍ଷ ଏପ୍ରିଲ ପହିଲାରୁ ଷ୍ଟେଟ ବ୍ୟାଙ୍କ ସହ ମିଶି ସାରିଛି। ସେହିଭଳି ଉପରୋକ୍ତ ୬ଟି ବ୍ୟାଙ୍କର ଆଇଏଫ୍‌ଏସ୍‌ କୋଡ୍‌ ମଧ୍ୟ ଅକାମୀ ହୋଇଯାଇଛି। ଉଲ୍ଲେଖଯୋଗ୍ୟ ଯେ, ସହଯୋଗୀ ବ୍ୟାଙ୍କର ଗ୍ରାହକମାନଙ୍କୁ ନୂଆ ଚେକ୍‌ ବହି ଆବେଦନ କରିବାକୁ ପୂର୍ବରୁ ଷ୍ଟେଟ ବ୍ୟାଙ୍କ କହି ଆସିଛି।

ସମ୍ବନ୍ଧିତ ଖବର