୧୩ଟି ଆଞ୍ଚଳିକ ଭାଷାରେ ହେବ ବ୍ୟାଙ୍କ କିରାଣି ପରୀକ୍ଷା

ନୁଆଦିଲ୍ଲୀ : ସରକାରୀ ବ୍ୟାଙ୍କର କିରାଣି ନିଯୁକ୍ତି ଲାଗି ହେଉଥିବା ପରୀକ୍ଷା ଆଞ୍ଚଳିକ ଭାଷାରେ କରିବା ଲାଗି ଅର୍ଥ ମନ୍ତ୍ରଣାଳୟ ଅଧୀନରେ ଥିବା ଆର୍ଥିକ ସେବା ବିଭାଗ ପ୍ରସ୍ତାବ ଦେଇଛି। ଇଂରାଜି ଓ ହିନ୍ଦୀ ଭାଷା ବ୍ୟତୀତ ଅନ୍ୟ ୧୩ଟି ଆଞ୍ଚଳିକ ଭାଷାରେ ପରୀକ୍ଷା କରାଯିବ। ଦେଶରେ ଥିବା ୧୨ଟି ସରକାରୀ ବ୍ୟାଙ୍କରେ କିରାଣୀ ନିଯୁକ୍ତି ପାଇଁ ହେଉଥିବା ଉଭୟ ପ୍ରାରମ୍ଭିକ ଓ ଚୂଡ଼ାନ୍ତ ପରୀକ୍ଷା ଆଞ୍ଚଳିକ ଭାଷାରେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର