ଭୁବନେଶ୍ବର : ବେତନ ସଂଶୋଧନ ସମେତ ୧୨ ଦଫା ଦାବି ପୂରଣ କରିବା ଲାଗି ବ୍ୟାଙ୍କ ଅଫିସର ଓ କର୍ମଚାରୀମାନଙ୍କୁ ନେଇ ଗଠିତ ସଂଘ ୟୁଏଫ୍ବିୟୁ ପକ୍ଷରୁ ଦୁଇ ଦିନ ଧର୍ମଘଟ ଡାକରା ଦିଆଯାଇଥିଲା। ୩୧ ଏବଂ ୧ ତାରିଖରେ ଧର୍ମଘଟ ଯୋଗୁ ବ୍ୟାଙ୍କ ବନ୍ଦ ରହିଥିବାବେଳେ ୩୦ ତାରିଖ ସରସ୍ବତୀ ପୂଜା ଏବଂ ୨ ତାରିଖ ରବିବାର ଯୋଗୁ ବ୍ୟାଙ୍କ ବନ୍ଦ ରହିଥିଲା। ଜାନୁଆରି ୩୦ରୁ ଫେବ୍ରୁଆରି ୨ ପର୍ଯ୍ୟନ୍ତ ବ୍ୟାଙ୍କ ଲଗାତାର ୪ ଦିନ ବନ୍ଦ ରହିଥିଲା। ଏଥିଯୋଗୁଁ ଏନଇଏଫଟି, ଆରଟିଜିଏସ, ଟଙ୍କା ଜମା, ଟଙ୍କା ଉଠାଣ, ଚେକ୍ କ୍ଲିୟରାନ୍ସ ଭଳି ସେବା ଗୁରୁତର ବାଧାପ୍ରାପ୍ତ ହୋଇଛି। ପ୍ରାୟ ୭୦ ପ୍ରତିଶତ ଏଟିଏମ୍ରେ ଟଙ୍କା ସରିଯାଇଛି ବୋଲି ସଂଘର ନେତାମାନେ କହିଛନ୍ତି। ଲୋକମାନେ ଏଥିଯୋଗୁ ଅସୁବିଧାରେ ପଡ଼ିଛନ୍ତି ବୋଲି ଏଆଇବିଓସିର ଓଡ଼ିଶା ସଭାପତି ଦାମୋଦର ନନ୍ଦ ଏବଂ ୟୁଏଫବିୟୁ ଆବାହକ ସମ୍ବିତ ମିଶ୍ର କହିଛନ୍ତି।
୪ ଦିନ ହେଲା ବ୍ୟାଙ୍କ ବନ୍ଦ : ଏଟିଏମ୍ରେ ଟଙ୍କା ନାହିଁ
/sambad/media/post_attachments/wp-content/uploads/2019/11/atm.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)