ନୂଆଦିଲ୍ଲୀ: ଆକାଉଣ୍ଟରେ ଗ୍ରାହକମାନେ ସର୍ବନିମ୍ନ ଜମା ରାଶି ନରଖିବା ଏବଂ ଧାର୍ଯ୍ୟ ସୀମାଠାରୁ ଅଧିକ ଥର ଏଟିଏମ୍ରୁ ଟଙ୍କା ଉଠାଇବା ଫଳରେ ବ୍ୟାଙ୍କ ଗୁଡ଼ିକ ମୋଟ ୧୦,୩୯୧ କୋଟି ଟଙ୍କା ଜରିମାନା ଆଦାୟ କରିଛନ୍ତି। ସରକାର ସଂସଦରେ ଏହି ସୂଚନା ଦେଇଛନ୍ତି। ସର୍ବନିମ୍ନ ଜମା ନରଖିବା କାରଣରୁ ଗ୍ରାହକଙ୍କଠାରୁ ବ୍ୟାଙ୍କଗୁଡ଼ିକ ୬୨୪୬ କୋଟି ଟଙ୍କା ଆଦାୟ କରିଥିବାବେଳେ ଏଟିଏମରୁ ଧାର୍ଯ୍ୟ ସୀମାଠାରୁ ଅଧିକ ଥର ଟଙ୍କା ଉଠାଣ ବାବଦରେ ୪୧୪୫ କୋଟି ଟଙ୍କା ଆଦାୟ କରିଛନ୍ତି। ଭାରତୀୟ ଷ୍ଟେଟ ବ୍ୟାଙ୍କ ସର୍ବନିମ୍ନ ଜମା ବାବଦରେ ୨୮୯୪ କୋଟି ଏବଂ ଏଟିଏମରୁ ଧାର୍ଯ୍ୟ ସୀମାଠାରୁ ଅଧିକ ଥର ଟଙ୍କା ଉଠାଣ ବାବଦରେ ୧୫୫୪ କୋଟି ଟଙ୍କା ଆଦାୟ କରିଛି। ସର୍ବନିମ୍ନ ଜମା ନଥିବା କାରଣରୁ ପିଏନବି ୪୯୩ କୋଟି, କାନାରା ବ୍ୟାଙ୍କ ୩୫୨ କୋଟି, ସେଣ୍ଟ୍ରାଲ ବ୍ୟାଙ୍କ ୩୪୮ କୋଟି ଏବଂ ବ୍ୟାଙ୍କ ଅଫ ବରୋଦା ୩୨୮ କୋଟି ଟଙ୍କା ଆଦାୟ କରିଛନ୍ତି।
ବ୍ୟାଙ୍କ ଆଦାୟ କଲେ ୧୦ ହଜାର କୋଟି ଜରିମାନା
/sambad/media/post_attachments/wp-content/uploads/2018/12/bank-icon-outline-illustration-vector-260nw-1023298672.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)