ବ୍ୟାଙ୍କ ଜାଲିଆତିରେ ଓକିଲ, ସିଏ ବି ଫସିବେ

ନୂଆଦିଲ୍ଲୀ,: ବ୍ୟାଙ୍କରୁ ଋଣ ଜାଲିଆତି କରିବାରେ ବ୍ୟବସାୟୀ କିମ୍ବା ଶିଳ୍ପପତିମାନଙ୍କୁ ସହାୟତା ଦେଉଥିବା ଓକିଲ ଓ ଚାଟାର୍ଡ ଆକାଉଣ୍ଟାଣ୍ଟ୍‌ (ସିଏ)ମାନେ ମଧ୍ୟ ଆଇନ ଜାଲରେ ଫସିବେ। ଜାଲିଆତି ପାଇଁ ଦାୟର କରାଯାଉଥିବା ମାମଲାରେ କେବଳ ଅଭିଯୁକ୍ତ ଓ ଗ୍ୟାରେଣ୍ଟର୍‌ଙ୍କ ନାମ ନଦେଇ ସେମାନଙ୍କୁ ସହଯୋଗ କରିଥିବା ଓକିଲ, ସିଏ ଓ ଅନ୍ୟମାନଙ୍କ ନାମ ସାମିଲ କରିବାକୁ ବ୍ୟାଙ୍କଗୁଡ଼ିକୁ କୁହାଯାଇଛି। ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କ (ପିଏନ୍‌ବି) ତରଫରୁ ଏ ନେଇ ନିଜର ସବୁ କାର୍ଯ୍ୟାଳୟକୁ ସୂଚନା ଜାରି କରାଯାଇଛି।

ସମ୍ବନ୍ଧିତ ଖବର