ବଜେଟରେ ବୃଦ୍ଧି ପାଇଲା ବୀମା ଗ୍ୟାରେଣ୍ଟି, ଏଣିକି ବ୍ୟାଙ୍କ୍‌ ବୁଡ଼ିଲେ ସରକାର ଦେବେ ୫ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ପିଏମ୍‌ସି ବ୍ୟାଙ୍କ ଠକେଇ ସାମ୍ନାକୁ ଆସିବା ପରେ ବ୍ୟାଙ୍କରେ ଗ୍ରାହକଙ୍କ ଜମା ରାଶିର ଭବିଷ୍ୟତକୁ ନେଇ ବିବାଦ ଲାଗି ରହିଛି। ଏହି କ୍ରମରେ ଆଜିର ସାଧାରଣ ବଜେଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାଧାରଣଲୋକଙ୍କୁ ଆଶ୍ୱସ୍ତି ଦେଇଛନ୍ତି।

ସାଧାରଣ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି କି, ବ୍ୟାଙ୍କରେ ଜମାକାରୀଙ୍କ ଟଙ୍କା ସମ୍ପୂର୍ଣ୍ଣ ସୁରକ୍ଷିତ । ମୋଦୀ ସରକାର ସରକାରୀ ବ୍ୟାଙ୍କ ପାଇଁ ୩ ଲକ୍ଷ ୫୦ ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିବା ସହ ଇନସ୍ୟୁରାନ୍‌ସ ଗ୍ୟାରେଂଟି ୧ ଲକ୍ଷ ଟଙ୍କାରୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଅର୍ଥାତ ଏଣିକି ବ୍ୟାଙ୍କରେ ଜମା ଟଙ୍କା ଉପରେ ଏବେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଇନସ୍ୟୁରାନ୍‌ସ ଗ୍ୟାରେଂଟି ମିଳିବ ।

Budget Highlights 2020: बजट में आम लोगों को बड़ी राहत
aajtak

ଏବେ ଯଦି କୌଣସି ବ୍ୟାଙ୍କ ଦେବାଳିଆ ହୁଏ ତେବେ ଗ୍ରାହକଙ୍କୁ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମାରାଶି ଫେରସ୍ତ କରାଯିବ। ତେବେ ଏହି ବୀମା ରାଶିକୁ ବୃଦ୍ଧି କରିବା ପାଇଁ ଅନେକ ଦିନରୁ ଦାବି ହୋଇ ଆସୁଥିଲା, କାରଣ ବର୍ତ୍ତମାନର ସମୟ ହିସାବରେ ଏକ ଲକ୍ଷ ଟଙ୍କାର ରାଶି ଅଧିକ ନୁହେଁ ଏବଂ ସୁରକ୍ଷିତ ନିବେଶ ହୋଇଥିବାରୁ ଅଧିକାଂଶ ଲୋକ ନିଜର ଆୟର ମୋଟା ଅଂଶ ବ୍ୟାଙ୍କରେ ରଖିଥାନ୍ତି ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି)ରେ ଥିବା ସରକାରୀ ପୁଞ୍ଜି ପ୍ରତ୍ୟାହାର କରିବାକୁ ବଜେଟରେ ଘୋଷଣା କରିଛନ୍ତି। ଏଲଆଇସିକୁ ଷ୍ଟକ ବଜାରରେ ତାଲିକାଭୁକ୍ତ କରିବାକୁ ଏକ ଆଇପିଓ ଅଣାଯିବ । କେବଳ ଏତିକି ନୁହେଁ, ଆଇଡିବିଆଇ ବ୍ୟାଙ୍କରେ ଥିବା ସରକାରଙ୍କ ଅବଶିଷ୍ଟ ଅଂଶଧନକୁ ମଧ୍ୟ ବିକ୍ରି କରାଯିବା ନେଇ ସଂସଦରେ ଆଜି ବଜେଟ ଉପସ୍ଥାପନ କଲା ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।

Image result for bank-deposit-insurance-cover-will-be-increased-to-rs-5-lakh"
NDTV.com

ତେବେ ନିର୍ମଳା କହିଛନ୍ତି, ନୂଆ ଆର୍ଥିକ ବର୍ଷ ପାଇଁ ସରକାର ମୋଟ ୨.୧ ଲକ୍ଷ କୋଟି ଟଙ୍କାର ପୁଞ୍ଜି ପ୍ରତ୍ୟାହାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ଯାହା ଏଲଆଇସି ଅଂଶଧନ ବିକ୍ରି ମାଧ୍ୟମରେ ହାସଲ କରିବାକୁ ଲକ୍ଷ୍ୟ ରଖାଯାଇଛି।

ସମ୍ବନ୍ଧିତ ଖବର