ବ୍ୟାଙ୍କ ଠକେଇ: ଇସ୍ତଫା ଦେବେ ଦୁଇ ବ୍ୟାଙ୍କର ଏମ୍‌ଡି

ନୂଆଦିଲ୍ଲୀ: ଦେଶର ଦୁଇ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଏମ୍‌ଡି ଇସ୍ତଫା ଦେଇପାରନ୍ତି। ଏହି ଦୁଇ ବ୍ୟାଙ୍କ ଋଣ ଠକେଇର ଶିକାର ହୋଇଛନ୍ତି। ସେଥିରେ ଅଧିକାରୀମାନଙ୍କ ସମ୍ପୃକ୍ତି ଥିବା ଅନୁମାନ କରାଯାଉଛି। ଏୟାରସେଲ୍‌କୁ ୬୦୦ କୋଟି ଟଙ୍କା ଋଣ ପ୍ରଦାନ କରିବାରେ ଏହି ଦୁଇ ବ୍ୟାଙ୍କର ଏମ୍‌ଡିଙ୍କ ହାତ ଥିଲା ବୋଲି ସନ୍ଦେହ କରାଯାଉଛି। ନିଜ ପଦରୁ ଇସ୍ତଫା ଦେବା ପାଇଁ ସେମାନଙ୍କୁ ସରକାର କହିବେ। ବ୍ୟାଙ୍କ ଦୁଇଟିର ନାମ ହେଉଛି ସିଣ୍ଡିକେଟ୍‌ ବ୍ୟାଙ୍କ ଓ ଇଣ୍ଡିଆନ୍‌ ବ୍ୟାଙ୍କ। ଇଣ୍ଡିଆନ୍‌ ବ୍ୟାଙ୍କର ଏମ୍‌ଡି ଓ ସିଇଓ ଭାବେ କିଶୋର ଖରାଟ୍‌ କାମ କରୁଥିବା ବେଳେ ସିଣ୍ଡିକେଟ୍‌ ବ୍ୟାଙ୍କର ଏମ୍‌ଡି ହେଉଛନ୍ତି ମେଲ୍‌ଭିନ୍‌ ରେଗୋ। ଆସନ୍ତା ସପ୍ତାହରେ ସେମାନେ ଏମ୍‌ଡି ଇସ୍ତଫା ଦେଇପାରନ୍ତି। ସେମାନଙ୍କୁ ଦୁଇଟି ବିକଳ୍ପ ପ୍ରଦାନ କରାଯାଇଛି। ଗୋଟିଏ ହେଉଛି ନିଜ ଆଡୁ ଇସ୍ତଫା ଦିଅ ଅନ୍ୟଥା ସ୍ୱେଚ୍ଛାକୃତ ଭାବେ ଅବସର (ଭିଆର୍‌ଏସ୍‌) ନେଇଯାଅ। କେଉଁ ବିକଳ୍ପକୁ ସେମାନେ ଗ୍ରହଣ କରିବେ ତାହା ଜଣାପଡ଼ିନାହିଁ।

ସମ୍ବନ୍ଧିତ ଖବର