ଋଣ ଠକି ଫେରାର୍‌

ଚଳିତ ବର୍ଷ ଅନେକ ପ୍ରତିଷ୍ଠିତ ବ୍ୟବସାୟୀ ଦେଶର ବ୍ୟାଙ୍କଗୁଡ଼ିକରୁ କୋଟି କୋଟି ଟଙ୍କାର ଋଣ ଠକେଇ କରି ଫେରାର ହୋଇଯାଇଥିଲେ। ଗହଣା ବ୍ୟବସାୟୀ ନିରବ ମୋଦୀ ଓ ତାଙ୍କ ମାମୁ ମେହୁଲ ଚୋକ୍‌ସି ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କରୁ ୧୪ ହଜାର କୋଟି ଟଙ୍କା ଠକେଇ କରି ବିଦେଶ ପଳାଇଛନ୍ତି। ତାଙ୍କୁ ଧରିବାକୁ ଅନେକ ଉଦ୍ୟମ କରାଯାଇଥିଲେ ମଧ୍ୟ ସଫଳ ହୋଇନାହିଁ। ଋଣ ଠକେଇ କରିଥିବା ମଦ ବ୍ୟବସାୟୀ ବିଜୟ ମାଲ୍ୟା ୨୦୧୬ରୁ ଦେଶ ଛାଡ଼ି ଚାଲିଯାଇଥିଲେ। ମାଲ୍ୟାଙ୍କ ପରେ ନିରବଙ୍କୁ ସବୁଠୁ ବଡ଼ ଋଣ ଠକ କୁହାଯାଉଛି। ନୀତୀନ ସନ୍ଦସେରା ଓ ଚେତନ ସନ୍ଦସେରା ମଧ୍ୟ ଋଣ ଠକେଇ କରି ଦେଶ ଛାଡ଼ି ପଳାଇଛନ୍ତି। ରୋଟୋମ୍ୟାକ୍‌ର ମାଲିକ ବିକ୍ରମ କୋଠାରିଙ୍କୁ ମଧ୍ୟ ଠକେଇ ମାମଲାରେ ସିବିଆଇ ଗିରଫ କରିଥିଲା। ତାଙ୍କ ନାମରେ ୮୦୦ କୋଟିର ଋଣ ଆତ୍ମସାତ ଅଭିଯୋଗ ରହିଛି।

ସମ୍ବନ୍ଧିତ ଖବର