ମୁମ୍ବାଇ : ରିଜର୍ଭ ବ୍ୟାଙ୍କ ଓ ସରକାରଙ୍କ ସତର୍କତା ସତ୍ତ୍ୱେ ଦେଶରେ ବ୍ୟାଙ୍କ ଠକେଇ ମାମଲାଗୁଡ଼ିକ ବଢିତାଲିଛି । ରିଜର୍ଭ ବ୍ୟାଙ୍କର ବାର୍ଷିକ ରିପୋର୍ଟ ଅନୁସାରେ ୨୦୧୯-୨୦ ଆର୍ଥିକ ବର୍ଷରେ ଦେଶରେ ୧ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ବ୍ୟାଙ୍କ ଠକେଇ ସଂଖ୍ୟା ୨୮ ପ୍ରତିଶତ ବଢିଛି । ତେବେ ମୂଲ୍ୟ ଦୃଷ୍ଟିରୁ ଏହି ବୃଦ୍ଧି ହାର ୧୫୯ ପ୍ରତିଶତ ରହିଛି ।

Advertisment

୨୦୧୯-୨୦ ରେ ଦେଶରେ ମୋଟ ୧.୯ ଲକ୍ଷ କୋଟିର ବ୍ୟାଙ୍କ ଠକେଇ ହୋଇଥିଲା, ଯାହାକି ୨୦୧୮-୨୯ରେ ୭୧,୫୦୦ କୋଟି ଥିଲା । ୨୦୧୯-୨୦ରେ ମୋଟ ୮୭୦୦ ଟି ବ୍ୟାଙ୍କ ଠକେଇ ହୋଇଥିଲା ଓ ଏହା ମଧ୍ୟରୁ ୪୬୧୦ଟି ଠକେଇ ବା ମୋଟ ୧ ଲକ୍ଷ ୮୨ ହଜାର କୋଟିର ଠକେଇ ଗ୍ରାହକମାନଙ୍କ ଦ୍ୱାରା କରାଯାଇଥିବା ଋଣ ମାଧ୍ୟମରେ ହୋଇଥିଲା । ଏହାଛଡ଼ା ୧୯୫ କୋଟି ଟଙ୍କାର ଇଣ୍ଟରନେଟ ବ୍ୟାଙ୍କିଙ୍ଗ ଓ କାର୍ଡ ସମ୍ପର୍କିତ ଠକେଇ ହୋଇଛି ।

ଚିନ୍ତାଜନକ ବିଷୟ ହେଉଛି ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକରେ ସର୍ବାଧିକ ୪୪୧୩ ଟି ଠକେଇ ମାମଲା ଜଣାପଡ଼ିଛି । ଏସବୁ ଠକେଇ ଗୁଡ଼ିକର ମୋଟ ମୂଲ୍ୟ ୧ ଲକ୍ଷ ୪୮ ହଜାର କୋଟି ହେବ । ଘରୋଇ ବ୍ୟାଙ୍କରେ ୩୪୨୧୧ କେଟି ଟଙ୍କା ମୂଲ୍ୟର ମୋଟ ୩୦୬୬ଟି ଠକେଇ ମାମଲା ଜଣାପଡ଼ିଛି । ତେବେ ଏସବୁ ଠକେଇ ପୂର୍ବରୁ କିଛି ମଧ୍ୟରେ ହୋଇଥିଲା । କେବଳ ଗତ ବର୍ଷ ତାହା ଜଣପଡ଼ିଥିଲା ବୋଲି ରିଜର୍ଭ ବ୍ୟାଙ୍କ କହିଛି ।