ନିୟମିତ ଛୁଟି ସହ ମାର୍ଚ ମାସରେ ଅତିରିକ୍ତ ୫ ଦିନ ବନ୍ଦ ରହିବ ବ୍ୟାଙ୍କ୍‌

ନୂଆଦିଲ୍ଲୀ: ରବିବାର ଏବଂ ଅନ୍ୟାନ୍ୟ ନିୟମିତ ଛୁଟି ବ୍ୟତୀତ ଚଳିତ ବର୍ଷ ମାର୍ଚ ମାସରେ ଅତିରିକ୍ତ ୫ ଦିନ ବ୍ୟାଙ୍କ୍‌ ସବୁ ବନ୍ଦ ରହିବ ବୋଲି ରିଜର୍ଭ ବ୍ୟାଙ୍କ୍‌ ତାଲିକା କରିଛି।

ତିନୋଟି ବନ୍ଧନୀ ବା ‘ବ୍ରାକେଟ୍‌’ ମଧ୍ୟରେ ରିଜର୍ଭ ବ୍ୟାଙ୍କ୍‌ ଏହି ଛୁଟିଦିନଗୁଡ଼ିକ ସ୍ଥାନୀତ କରିଛି। ସେଗୁଡ଼ିକ ହେଲା, ‘ନେଗୋସିଏବଲ୍‌ ଇନ୍‌ଷ୍ଟମେଣ୍ଟ୍‌ ଆକ୍ଟ’ ଅଧୀନ ଛୁଟି, ‘ନେଗୋସିଏବଲ୍‌ ଇନ୍‌ଷ୍ଟମେଣ୍ଟ୍‌ ଆକ୍ଟ’ ଏବଂ ‘ରିୟଲ୍‌ ଟାଇମ୍‌ ଗ୍ରସ୍‌ ସେଟେଲ୍‌ମେଣ୍ଟ୍‌ ହଲିଡେ’ ଏବଂ ବ୍ୟାଙ୍କ୍‌ର ‘କ୍ଲୋଜିଙ୍ଗ୍‌ ଅଫ୍‌ ଆକାଉଣ୍ଟ୍‌।

Image Courtesy of Zee News

ସେହି ଅନୁସାରେ, ମାର୍ଚ ୫ ତାରିଖରେ ଚପ୍‌ଚାର୍‌ କୁଟ ପର୍ବ (ମିଜୋରାମରେ) ନିମନ୍ତେ ଛୁଟି। ମାର୍ଚ ୧୧ରେ ମହାଶିବରାତ୍ରୀ, ମାର୍ଚ ୨୨ରେ ବିହାର ଦିବସ (ବିହାର ପାଇଁ), ମାର୍ଚ ୨୯ରେ ଧୁଲେତି/ୟାୟୋସାଙ୍ଗ୍‌ ଏବଂ ମାର୍ଚ ୩୦ରେ ହୋଲି ପଡୁଥିବାରୁ ବ୍ୟାଙ୍କ୍‌ ସବୁ ଛୁଟି ରହିବ।
ଏହାଛଡ଼ା, ରବିବାର ଏବଂ ମାସର ଦ୍ୱିତୀୟ ଶନିବାର ଦିନ ଦେଶରେ ସବୁ ବ୍ୟାଙ୍କ୍‌ ନିୟମିତ ଛୁଟି ରହିଥାଏ।

ଏଠାରେ ସୂଚାଇ ଦିଆଯାଇ ପାରେ ଯେ, ବିଭିନ୍ନ ରାଜ୍ୟର ଆଞ୍ଚଳିକ ଛୁଟି ଯୋଗୁଁ ବ୍ୟାଙ୍କ୍‌ ଛୁଟିରେ ପାର୍ଥକ୍ୟ ଦେଖା ଦେଇଥାଏ। ଏହା ସମ୍ପୃକ୍ତ ରାଜ୍ୟର ନିର୍ଦ୍ଦିଷ୍ଟ ପର୍ବପର୍ବାଣି ଓ ଅନ୍ୟାନ୍ୟ ଅବସର ଉପରେ ନିର୍ଭର କରେ। ତେଣୁ, ସ୍ଥଳ ବିଶେଷରେ ଗୋଟିଏ ରାଜ୍ୟରେ ଘୋଷିତ ବ୍ୟାଙ୍କ୍‌ ଛୁଟି ଅନ୍ୟ ରାଜ୍ୟର ବ୍ୟାଙ୍କ୍‌ମାନେ ପାଳନ କରନ୍ତି ନାହିଁ। କିନ୍ତୁ, ଗେଜେଟ୍‌ରେ ପ୍ରକାଶିତ ଛୁଟି ଦିବସକୁ ସମଗ୍ର ଦେଶର ବ୍ୟାଙ୍କିଙ୍ଗ୍‌ କମ୍ପାନିମାନେ ପାଳନ କରନ୍ତି।

ସମ୍ବନ୍ଧିତ ଖବର