ମୁମ୍ବାଇ: ଦୀପାବଳି ପ୍ରସ୍ତୁତି ଖୁବ୍ ଜୋର୍ସୋର୍ରେ ଚାଲିଛି। ଘରୁ ନେଇ ବଜାର ପର୍ଯ୍ୟନ୍ତ ଦୀପାବଳି ଓ ଧନ୍ତେରସର ପ୍ରସ୍ତୁତି ଖୁବ୍ ଜୋର୍ରେ ଦେଖିବାକୁ ମିଳୁଛି। ପାର୍ବଣ ସମୟରେ ଛୁଟି ବି ଖୁବ୍ ଅଧିକ ରହିଥାଏ। ମାତ୍ର ଯଦି ଆପଣଙ୍କର ବ୍ୟାଙ୍କ୍ରେ କିଛି କାମ ଅଛି ତ ସମୟ ଥାଉଁ ଥାଉଁ ପୂରା କରିଦିଅନ୍ତୁ। କାରଣ ଆମେ ଆପଣଙ୍କୁ ଜଣାଇ ଦେଉଛୁ ଯେ ବିଭିନ୍ନ ପର୍ବ ଯୋଗୁଁ ଭିନ୍ନ ଭିନ୍ନ ରାଜ୍ୟରେ ଅକ୍ଟୋବର ମାସରେ ୧୦ ଦିନ ବ୍ୟାଙ୍କ୍ ଛୁଟି ଅଛି।
ଆସନ୍ତାକାଲି, ଅର୍ଥାତ ଶନିବାରଠାରୁ ଲଗାତର ୬ ଦିନ ପର୍ଯ୍ୟନ୍ତ ବ୍ୟାଙ୍କ୍ ବନ୍ଦ ରହିବ। ବାକି ଦିନଗୁଡ଼ିକରେ ଦେଶର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ କାରଣରୁ ନେଇ ବ୍ୟାଙ୍କ୍ ଛୁଟି ରହିବ। ଆପଣ ଦୀପାବଳି ପରେ ବ୍ୟାଙ୍କ୍ କାମ କରିବାକୁ ମନସ୍ଥ କରିଛନ୍ତି ତ କ୍ୟାଲେଣ୍ଡର୍ ଥରେ ନିଶ୍ଚିତ ଦେଖିଦିଅନ୍ତୁ।
ଏହି ମାସରେ ଦୀପାବଳି, ଗୋବର୍ଦ୍ଧନ ପୂଜା, ଭାଇଦୁଜ୍ ଆଦି ଅନେକ ବ୍ୟାଙ୍କ୍ ଛୁଟି ରହିଛି। ଆପଣ ଜାଣନ୍ତି ଯେ ଭିନ୍ନ ରାଜ୍ୟ ଓ ଭିନ୍ନ ସହରରେ ଛୁଟି ଭିନ୍ନ ଭିନ୍ନ ଦିନରେ ରହିଥାଏ। ମାତ୍ର କୌଣସି ପର୍ବପର୍ବାଣି ଛୁଟି ସମସ୍ତ ବ୍ୟାଙ୍କ୍ରେ ନିଶ୍ଚୟ ରହିଥାଏ। ଏହି ସପ୍ତାହରେ ଶନିବାର ଓ ରବିବାରକୁ ଲଗାଇ ବ୍ୟାଙ୍କ୍ ଲଗାତାର ୬ ଦିନ ଛୁଟି ରହିବ।
ଅକ୍ଟୋବର ୨୨ ତାରିଖ ମାସର ୪ର୍ଥ ଶନିବାର ହୋଇଥିବା ବେଳେ ୨୩ ତାରିଖ ରବିବାର, ୨୪ ତାରିଖ କାଳିପୂଜା/ଦୀପାବଳି/ ଲକ୍ଷ୍ମୀପୂଜା, ୨୫ ତାରିଖ ଗୋବର୍ଦ୍ଧନ ପୂଜା, ୨୬ ତାରିଖ ବିକ୍ରମ ସବଂତ ନବବର୍ଷ, ୨୭ ତାରିଖ ଭାଇଦୁଜ, ୩୦ ତାରିଖ ରବିବାର ଓ ୩୧ ତାରିଖରେ ସର୍ଦ୍ଦାର ବଲ୍ଲବ ଭାଇ ପଟେଲ ଜୟନ୍ତୀ ପଡୁଛି।
ତେବେ ଏହି ଛୁଟି ସବୁ ରାଜ୍ୟକୁ ଲାଗୁ ନୁହେଁ। କେଉଁଠି ବ୍ୟାଙ୍କ ଏକାଦି କ୍ରମେ ୩ ଦିନ ତ ଆଉ କେଉଁଠି ୪ ଦିନ ଛୁଟି ରହିବ। ଯଦି ସର୍ବଭାରତୀୟ କ୍ୟାଲେଣ୍ଡର ଦେଖାଯାଏ ତେବେ କ୍ରମାଗତ ୬ ଦିନ ଛୁଟି ଦେଖାଇବ।