ନୂଆଦିଲ୍ଲୀ: ଚଳିତମାସରେ ଲଗାତର ୪ ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ୍। ବ୍ୟାଙ୍କ୍ ସେବା ବନ୍ଦ ରହିବା କାରଣରୁ ଆପଣଙ୍କ ଉପରେ ଏହା ବିଶେଷ ପ୍ରଭାବ ପକାଇପାରେ। ଏହି କାରଣରୁ ଏପ୍ରିଲ୍ ୧୪ ତାରିଖ ପୂର୍ବରୁ ନିଜ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ସବୁ ସାରିଦିଅନ୍ତୁ। ଜାଣିବାକୁ ମିଳିଛି ଯେ ଏପ୍ରିଲ୍ ୧୪ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ବ୍ୟାଙ୍କ୍ ବନ୍ଦ ରହିବ।
ଏହି ଛୁଟି ନିଷ୍ପତ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ୍ ପକ୍ଷରୁ ହୋଇଛି। ଏପ୍ରିଲ୍ ୧୪ ତାରିଖରେ ଆମ୍ବେଦକର ଜୟନ୍ତୀ ହୋଇଥିବାରୁ ଏହା ଏକ ଜାତୀୟ ଛୁଟି। ଏପ୍ରିଲ୍ ୧୫ ତାରିଖ ହେଉଛି ଗୁଡ୍ ଫ୍ରାଇଡେ। ଏପ୍ରିଲ୍ ୧୬ ତାରିଖ ହେଉଛି ମାସର ତୃତୀୟ ଶନିବାର। ଯଦିଓ ତୃତୀୟ ଶନିବାରରେ ବ୍ୟାଙ୍କ୍ ବନ୍ଦ ରହେନାହିଁ, ଏହି ଦିନ ଆସାମର ପ୍ରସିଦ୍ଧ ବିହୁ ପର୍ବ ପଡୁଥିବାରୁ ଏପ୍ରିଲ୍ ୧୬ରେ ବି ବ୍ୟାଙ୍କ୍ ବନ୍ଦ୍ ରହିବ ବୋଲି ସୂଚନା ରହିଛି। ଏହାବ୍ୟତୀତ ଏପ୍ରିଲ୍ ୧୭ ତାରିଖ ପଡୁଛି ରବିବାର। ରବିବାର ଏମିତିରେ ବି ସମସ୍ତ ବ୍ୟାଙ୍କ୍ ବନ୍ଦ ରହିଥାଏ।
Bank holiday alert! Banks to remain shut for 4 days THIS week, check the complete list here.#BankHoliday | #BankingAndFinance https://t.co/vRx6CmVBtN pic.twitter.com/KPRf7BfAbj
— DNA (@dna) April 11, 2022
ଖାଲି ସେତିକି ନୁହଁ, ସୂଚନା ରହିଛି ଯେ ସପ୍ତାହିକ ଛୁଟିକୁ ମିଶାଇ ଏପ୍ରିଲ୍ ମାସ୍ରରେ ସମୁଦାୟ ୧୫ ଦିନ ବ୍ୟାଙ୍କ୍ ବନ୍ଦ ରହିବ।