ଏପ୍ରିଲ୍‌ ମାସରେ ରହିଛି ୯ଟି ବ୍ୟାଙ୍କ୍‌ ଛୁଟି; ଯିବା ପୂର୍ବରୁ ଛୁଟି ତାଲିକା ଦେଖି ଯାଆନ୍ତୁ

ନୂଆଦିଲ୍ଲୀ: ଏପ୍ରିଲ୍‌ ମାସରେ ଯଦି ଆପଣଙ୍କର ବ୍ୟାଙ୍କ୍‌ରେ କାମ ଅଛି ତେବେ ଛୁଟି ତାଲିକା ଦେଖିକରି ଯାଆନ୍ତୁ। କାରଣ ଏହି ମାସରେ ଅଧିକ ସଂଖ୍ୟକ ବ୍ୟାଙ୍କ୍‌ ଛୁଟି ରହିଛି। ରିଜର୍ଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ପକ୍ଷରୁ ଜାରି ହୋଇଥିବା ଛୁଟି ତାଲିକାରେ ଏହି ମାସରେ ସମୁଦାୟ ୯ଟି ଛୁଟି ରହିଛି।

ଏପ୍ରିଲ୍‌ ୧୦ରୁ ୧୬ ତାରିଖ ମଧ୍ୟରେ ଦେଶର ଅଧିକାଂଶ ରାଜ୍ୟରେ ୬ ଦିନ ଛୁଟି ରହିଥିବା ବେଳେ କିଛି ରାଜ୍ୟରେ ବ୍ୟାଙ୍କ୍‌ ଖୋଲା ରହିଛି। ତେବେ ଏପ୍ରିଲ୍‌ ୧୩ରୁ ୨୫ ତାରିଖ ମଧ୍ୟରେ ସମୁଦାୟ ୮ଟି ଛୁଟି ରହିଛି ବୋଲି ବ୍ୟାଙ୍କ୍‌ ତରଫରୁ ପ୍ରକାଶ ପାଇଥିବା ତାଲିକାରେ ଦେଖିବାକୁ ମିଳିଛି। ନିମ୍ନରେ ଛୁଟି ତାଲିକା ପ୍ରକାଶ କରାଯାଇଛି।

ଏପ୍ରିଲ୍‌ ୧୩- ଉଗାଡି, ତେଲୁଗୁ ନୂଆ ବର୍ଷ, ବୋହାଗ ବିହୁ, ଗୁଡି ପାଦୱା, ବୈଶାଖୀ, ବିଜୁ ପର୍ବ।

ଏପ୍ରିଲ୍‌ ୧୪- ଡକ୍ଟର ଆମ୍ବେଦକର ଜୟନ୍ତୀ, ଅଶୋକ ଜୟନ୍ତୀ, ତାମିଲ ନୂଆ ବର୍ଷ, ମହାବିଷୁବ ସଂକ୍ରାନ୍ତି।

ଏପ୍ରିଲ୍‌ ୧୫- ହିମାଚଳ ଦିବସ, ବଙ୍ଗଳା ନୂଆବର୍ଷ।

ଏପ୍ରିଲ୍‌ ୧୬- ବୋହାଗ ବିହୁ।

ଏପ୍ରିଲ୍‌ ୧୮- ରବିବାର।

ଏପ୍ରିଲ୍‌ ୨୧- ରାମ ନବମୀ।

ଏପ୍ରିଲ୍‌ ୨୪- ରବିବାର।

ଏପ୍ରିଲ୍‌ ୨୫- ମହାବୀର ଜୟନ୍ତୀ।

ସମ୍ବନ୍ଧିତ ଖବର