ନୂଆଦିଲ୍ଲୀ: ମାର୍ଚ୍ଚ ମାସ ଆରମ୍ଭ ହୋଇଯାଇଛି। ଏହି ମାସରେ ରଙ୍ଗର ପର୍ବ ହୋଲି ମଧ୍ୟ ପଡ଼ୁଛି। ତେଣୁ ଲୋକମାନେ ନିଜ ନିଜ ଅଞ୍ଚଳର ଛୁଟିଦିନ ତାଲିକା ଦେଖିବାରେ ବ୍ୟସ୍ତ ଅଛନ୍ତି । ଏପରି ପରିସ୍ଥିତିରେ ଯଦି ଆପଣଙ୍କର ବ୍ୟାଙ୍କ ସହିତ ଜଡ଼ିତ କୌଣସି ଗୁରୁତ୍ୱପୂର୍ଣ୍ଣ କାମ ଅଛି, ତେବେ ପ୍ରଥମେ ଛୁଟିଦିନର ତାଲିକା ଉପରେ ଥରେ ନଜର ପକାଇ ଦିଅନ୍ତୁ। ୨୦୨୨ ମାର୍ଚ୍ଚରେ କେଉଁକେଉଁ ଦିନ ବ୍ୟାଙ୍କ ଛୁଟି ରହିବ ତାହାର ତାଲିକା ଆରବିଆଇ ଦ୍ୱାରା ପ୍ରକାଶ ପାଇଛି। ବ୍

Advertisment

ଭାରତୀୟ ରିଜର୍ଭ ବ୍ୟାଙ୍କ ଅନୁଯାୟୀ ମାର୍ଚ୍ଚ ମାସରେ ମୋଟ ୧୩ଦିନ ବନ୍ଦ ରହିବ ବ୍ୟାଙ୍କ। ସେଥିମଧ୍ୟରୁ ୪ ଟି  ରବିବାର ରହିଛି। ତେବେ ଏହି ସମସ୍ତ ଛୁଟିଦିନଗୁଡିକ ସମଗ୍ର ଦେଶରେ ଏକକାଳୀନ ଲାଗୁ ହେବ ନାହିଁ। କିଛି ଛୁଟିଦିନ ଏମିତି ଅଛି ଯାହା ରାଜ୍ୟ ଅନୁଯାୟୀ ଲାଗୁ ହେବ । ଏହା ବ୍ୟତୀତ ମାସର ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଦିନ ସାଧାରଣତଃ ବ୍ୟାଙ୍କ ଛୁଟି ରହିଥାଏ।

ମାର୍ଚ୍ଚ ୧ - ମହାଶିବତ୍ରୀ, ମାର୍ଚ୍ଚ ୩ - ଲାସାର, ମାର୍ଚ୍ଚ ୪ - ଚପଚାର କୁଟ ଓ ମାର୍ଚ୍ଚ ୬ - ରବିବାର ବ୍ୟାଙ୍କ ଛୁଟି ରହିଥିବା ବେଳେ ଆଗକୁ
ମାର୍ଚ୍ଚ ୧୨ - ଶନିବାର
ମାର୍ଚ୍ଚ ୧୩ - ରବିବାର
ମାର୍ଚ୍ଚ ୧୭- ହୋଲିକା ଦହନ
ମାର୍ଚ୍ଚ ୧୮ - ହୋଲି / ଧୁଲେଟି
ମାର୍ଚ୍ଚ ୧୯ - ହୋଲି
ମାର୍ଚ୍ଚ ୨୦ - ରବିବାର
ମାର୍ଚ୍ଚ ୨୨ - ବିହାର ଦିବସ
ମାର୍ଚ୍ଚ ୨୬ - ଶନିବାର
ମାର୍ଚ୍ଚ ୨୭ - ରବିବାର ବ୍ୟାଙ୍କ ଛୁଟି ରହିବ।