ମେ ମାସରେ ୧୨ ଦିନ ପାଇଁ ବ୍ୟାଙ୍କ୍‌ ବନ୍ଦ ରହିବ, ଜାଣନ୍ତୁ କେଉଁ କେଉଁ ତାରିଖରେ

ନୂଆଦିଲ୍ଳୀ: ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ପକ୍ଷରୁ ମେ ମାସର ବ୍ୟାଙ୍କ୍‌ ଛୁଟି ତାଲିକା ଘୋଷଣା କରାଯାଇଛି। ରାଜ୍ୟ ଛୁଟିଠାରୁ ଆରମ୍ଭ କରି ଆଞ୍ଚଳିକ ପର୍ବ ପର୍ଯ୍ୟନ୍ତ ଅନେକ କାରଣକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ଏହି ଛୁଟି ତାଲିକା ପ୍ରସ୍ତୁତ କରିଛି। ଏହି ଦିିନମାନଙ୍କରେ ବ୍ୟା‌ଙ୍କିଂ ଅପରେସନ ବନ୍ଦ ରହିବ।

: ମେ ପହିଲା ଶ୍ରମିକ ଦିବସ ପାଇଁ ବ୍ୟାଙ୍କ୍‌ ଛୁଟି ରହିବ।

: ମେ ୭ ତାରିଖରେ ଜୁମାତ୍-ଉଲ୍-ଭିଦା ପାଇଁ ବ୍ୟା‌ଙ୍କିଂ ଅପରେସନ ବନ୍ଦ ରହିବ।

: ମେ ୧୩ ତାରିିଖରେ ରମଜାନ ପାଇଁ ଛୁଟି ରହିବ।

: ମେ ୧୪ ତାରିଖରେ ଭଗବାନ୍ ଶ୍ରୀ ପର୍ଶୁରାମ ଜୟନ୍ତୀ / ରମଜାନ-ଇଦ୍ / ବାସଭା ଜୟନ୍ତୀ / ଅକ୍ଷୟ ତୃତୀୟା ପାଇଁ ବ୍ୟାଙ୍କ୍‌ ଛୁଟି ରହିବ।

ଏହାବ୍ୟତୀତ ମାସର ଦ୍ବିତୀୟ ଓ ୪ର୍ଥ ଶନିବାର ୮ ତାରିଖ ଏବଂ ୨୨ ତାରିଖରେ ପଡୁଛି। ଆହୁରି ମଧ୍ୟ ୨ ତାରିଖ, ୯ ତାରିଖ, ୧୬ ତାରିଖ, ୨୩ ତାରିଖ ଏବଂ ୩୦ ତାରିଖ ରବିବାର ପଡୁଛି। ଏହି ଦିନ ବ୍ୟାଙ୍କଗୁଡ଼ିକରେ କୌଣସି କାମ ହେବ ନାହିଁ।

 

ସମ୍ବନ୍ଧିତ ଖବର