ଭୁବନେଶ୍ୱର: ଉନ୍ନତ ଚିନ୍ତାଧାରାକୁ ନେଇ ଷ୍ଟାର୍ଟଅପ୍ ଆରମ୍ଭ କରିଥିବା ଉଦ୍ୟୋଗୀମାନଙ୍କୁ ପାଣ୍ଠି ଯୋଗାଇ ଦେବା ପାଇଁ ରାଜ୍ୟରେ କାମ କରୁଥିବା ଦୁଇଟି ବ୍ୟାଙ୍କ ଆଗ୍ରହ ପ୍ରକାଶ କରିଛନ୍ତି। ଉଦ୍ୟମିତାର ବିକାଶ ପାଇଁ ଯେଉଁ ସବୁ ସରକାରୀ ଯୋଜନା ରହିଛି ତାହାର ଲାଭ ପାଇବା ପାଇଁ ଷ୍ଟାର୍ଟଅପ୍ଗୁଡ଼ିକ ଆବେଦନ କରିବା ଦରକାର ବୋଲି ଏହି ଦୁଇ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଏଠାରେ ଇନଭେଷ୍ଟଭୁବନେଶ୍ୱର, ଇନ୍ଥିଙ୍କସ୍ ଓ ୟୋକୋ ପକ୍ଷରୁ ମିଳିତ ଭାବେ ଆୟୋଜିତ ‘ଷ୍ଟାର୍ଟଅପ୍ ଇଭଲ୍ୟୁସନ୍ ୨୦୧୮’ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ଆଇଡିବିଆଇର ମହାପ୍ରବନ୍ଧକ ଅଜୟ ରାନାଡେ ଓ ଓରିଏଣ୍ଟାଲ୍ ବ୍ୟାଙ୍କ ଅଫ୍ କମର୍ସର କ୍ଲଷ୍ଟର୍ ମୁଖ୍ୟ ଡି କେ ପଟ୍ଟନାୟକ କହିଛନ୍ତି ଯେ, ଷ୍ଟାର୍ଟଅପ୍ଗୁଡ଼ିକ ପାଇଁ ବିଭିନ୍ନ ପ୍ରକାର ସ୍କିମ୍ ରହିଛି। ସେମାନେ ମୁଦ୍ରା ଯୋଜନାରେ ମଧ୍ୟ ଋଣ ପାଇଁ ଆବେଦନ କରିପାରିବେ। ଏହି ଅବସରରେ ଦୁଇ ଷ୍ଟାର୍ଟଅପ୍ ସଂସ୍ଥାର ସଂସ୍ଥାପକ ଇନ୍ଥିଙ୍କସ୍ର ସୁଶାନ୍ତ ପଟ୍ଟନାୟକ ଓ ବ୍ଲଗର୍ସନେଟ୍ଓ୍ଵର୍କ.କ୍ଲବ୍ର ଅମିୟ କୁମାର ମିଶ୍ରଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମରେ ପାଖାପାଖି ୫୦ ଷ୍ଟାର୍ଟଅପ୍ ଉଦ୍ୟୋଗୀ ଅଂଶ ଗ୍ରହଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦୁବାଇର ନିବେଶକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ତତ୍ତ୍ୱ ଟେକ୍ନୋଲୋଜିର ଏମ୍ଡି ଅୟସ୍କାନ୍ତ ମହାନ୍ତି ଉପସ୍ଥିତ ଥିଲେ।
ଷ୍ଟାର୍ଟଅପ୍କୁ ପାଣ୍ଠି ଦେବାକୁ ବ୍ୟାଙ୍କ ଆଗ୍ରହୀ
/sambad/media/post_attachments/wp-content/uploads/2018/07/startup.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)