୬ ବ୍ୟାଙ୍କ ଲାଇସେନ୍ସ ଆବେଦନ ଖାରଜ

ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ ୬ଟି ବ୍ୟାଙ୍କ ଲାଇସେନ୍ସ ଆବେଦନକୁ ଖାରଜ କରିଛି। ସେଥିରୁ ଚାରିଟି ଆବେଦନ ସାର୍ବଜନୀନ ବ୍ୟାଙ୍କ ପାଇଁ ଓ ଦୁଇଟି ସ୍ମଲ ଫାଇନାନ୍ସ ବ୍ୟାଙ୍କ ଖୋଲିବା ଲାଗି ଆସିଥିଲା। ନିର୍ଧାରିତ ମାନଦଣ୍ଡ ପୂରଣ କରିବାରେ ବିଫଳ ହୋଇଥିବାରୁ ଆବେଦନଗୁଡ଼ିକୁ ଖାରଜ କରାଯାଇଛି। ଚୈତନ୍ୟ ଇଣ୍ଡିଆ ପିନ୍ କ୍ରେଡିଟ୍‌, ୟୁଏଇ ଏକ୍ସଚେଞ୍ଜ ଆଣ୍ଡ୍‌ ଫାଇନାନ୍ସିଆଲ ସର୍ଭିସେସ୍, ରେପ୍‌କୋ ବ୍ୟାଙ୍କ, ପଙ୍କଜ ବୈଶ୍ୟ ଓ ଅନ୍ୟମାନେ ସାର୍ବଜନୀନ ବ୍ୟାଙ୍କ ଖୋଲିବା ଲାଗି ଯେଉଁ ଆବେଦନ କରିଥିଲେ ତାହାକୁ ଖାରଜ କରାଯାଇଛି। ଭିସଫ୍ଟ ଟେକ୍ନୋଲୋଜିସ୍ ଓ କାଲିକଟ୍ ସିଟି ସର୍ଭିସ୍ କୋ-ଅପରେଟିଭ୍ ବ୍ୟାଙ୍କର ଆବେଦନକୁ ମଧ୍ୟ ଖାରଜ କରାଯାଇଛି।

ସମ୍ବନ୍ଧିତ ଖବର