ନୂଆଦିଲ୍ଲୀ: ଭୂଷଣ ପାୱାର ଆଣ୍ଡ ଷ୍ଟିଲ୍ର ପୂର୍ବତନ ସିଏମ୍ଡି ସଞ୍ଜୟ ସିଂହଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗତକାଲି ଗିରଫ କରିଛି। ବ୍ୟାଙ୍କ ଠକେଇ ମାମଲାରେ ତାଙ୍କୁ ଦୀର୍ଘ ସମୟ ଧରି ଜେରା କରାଯିବା ପରେ ଗିରଫ କରାଯାଇଛି। ମନି ଲଣ୍ଡରିଂ ନିରୋଧ ଆଇନ (ପିଏମ୍ଏଲ୍ଏ) ଅଧୀନରେ ସେ ଗିରଫ ହୋଇଛନ୍ତି। ତାଙ୍କୁ ଇଡି ଅଦାଲତରେ ହାଜର ପରେ ସ୍ବତନ୍ତ୍ର ବିଚାରପତି ଇଲା ରାୱତ୍ ତାଙ୍କୁ ୭ ଦିନ ରିମାଣ୍ଡରେ ନେବାକୁ ଅନୁମତି ପ୍ରଦାନ କରିଛନ୍ତି। ସାଙ୍ଗରେ ଚଷମା, ଔଷଧ, ମ୍ୟାଟ୍ରେସ ନେବାକୁ ଅନୁମତି ପ୍ରଦାନ କରିଛନ୍ତି। ତେବେ ଘର ଖାଦ୍ୟ ଖାଇବା ପାଇଁ ହୋଇଥିବା ଆବେଦନକୁ ବିଚାରପତି ଖାରଜ କରିଦେଇଛନ୍ତି। ଇଡି ପକ୍ଷରୁ ଭଲ ଖାଦ୍ୟ ଦିଆଯିବ ବୋଲି ବିଚାରପତି ନିଶ୍ଚିତ ଥିବାରୁ ସେ ତାଙ୍କୁ ଘର ଖାଦ୍ୟ ପାଇଁ ଅନୁମତି ଦେଇନାହାନ୍ତି ବୋଲି କହିଛନ୍ତି। ତଦନ୍ତରେ ଶ୍ରୀ ସିଂହଲ ସହଯୋଗ କରୁ ନଥିବାରୁ ଇଡି ତାଙ୍କୁ ରିମାଣ୍ଡରେ ନେଇଛି। ଏହି ମାମଲାରେ ଇଡି ଭୁଷଣ ପାୱାର ଆଣ୍ଡ ଷ୍ଟିଲ୍ କମ୍ପାନିର ୪୦୨୫ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଜବତ କରିଥିଲା।
ବ୍ୟାଙ୍କ ଋଣ ଠକେଇ, ଭୂଷଣର ପୂର୍ବତନ ସିଏମ୍ଡି ଗିରଫ
୭ ଦିନ ରିମାଣ୍ଡ୍ରେ ନେଲା ଇଡି
/sambad/media/post_attachments/wp-content/uploads/2019/11/images-1-9.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)