ବିଓବିର ଟାଉନ୍‌ ହଲ୍‌ ବୈଠକ

17

ଭୁବନେଶ୍ବର: ବ୍ୟାଙ୍କ ଅଫ୍ ବରୋଦା (ବିଓବି) ପକ୍ଷରୁ ଟାଉନ୍ ହଲ୍ ବୈଠକ ଏକ୍ସଆଇଏମ୍‌ବି ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପି ଏସ୍ ଜୟକୁମାର ଯୋଗ ଦେଇଥିଲେ। ବ୍ୟାଙ୍କର ଉପ-ମହାପ୍ରବନ୍ଧକ ନିତ୍ୟାନନ୍ଦ ବେହେରା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଆଦାୟ ହୋଇପାରୁନଥିବା ଋଣ କିଭଳି ଆଦାୟ ହେବ ଏବଂ କାସା ଜମା ଉପରେ ଅଧିକ ଗୁରୁତ୍ବ ଦେବା ପାଇଁ ଶ୍ରୀ ଜୟକୁମାର ବ୍ୟାଙ୍କର ଅଧିକାରୀମାନଙ୍କୁ ଆହ୍ବାନ ଦେଇଛନ୍ତି। ଉପ-କ୍ଷେତ୍ରୀୟ ପ୍ରବନ୍ଧକ ଭାରତ ଭୂଷଣ ଧନ୍ୟବାଦ ପ୍ରଦାନ କରିଥିଲେ। ଏହି ବୈଠକରେ କଟକ, ଭୁବନେଶ୍ୱର ଓ ଖୋର୍ଦ୍ଧାର ୩୦ଟି ଶାଖାର ସମସ୍ତ ଶାଖା ମୁଖ୍ୟ ଓ କାର୍ଯ୍ୟାଳୟର ସମସ୍ତ ଅଧିକାରୀ, ମୁଖ୍ୟ ପ୍ରବନ୍ଧକ ହରିଶ୍ ସିହ୍ନା, ମୁଖ୍ୟ ପ୍ରବନ୍ଧକ (ମାନବ ସମ୍ବଳ) ରୂପକ ଶାହା, ଆର୍‌ବିଡିଏମ୍ ମାନସ ମହାରଣା, ଅଭୟ କୁମାର, ଏଚ୍.କେ ମୁଦୁଲି ଓ କାହ୍ନୁ ମିଶ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର