ବ୍ୟାଙ୍କ ଅଫ୍ ବରୋଦାର ଗ୍ରାହକ ସମ୍ମିଳନୀ

ଭୁବନେଶ୍ୱର,: ବ୍ୟାଙ୍କ ଅଫ୍ ବରୋଦା ଭୁବନେଶ୍ୱର କ୍ଷେତ୍ର ତରଫରୁ ମିଶ୍ରଣ ପ୍ରକ୍ରିୟା-ଗ୍ରାହକ ସମ୍ମିଳନୀ ହୋଟେଲ ସ୍ବସ୍ତି ପ୍ରିମିୟମରେ ଅନୁଷ୍ଠିତ ହୋଇଯାଇଛି। ବ୍ୟାଙ୍କର ଭୁବନେଶ୍ୱର ଅଞ୍ଚଳର ଉପ ମହାପ୍ରବନ୍ଧକ ଏନ୍ ବେହେରା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ବ୍ୟାଙ୍କର ପାଟନା କ୍ଷେତ୍ରର ମହାପ୍ରବନ୍ଧକ ରାଜେନ୍ଦ୍ର କୁମାର ତିନୋଟି ବ୍ୟାଙ୍କର ଗ୍ରାହକ ମାନଙ୍କୁ ଉଦବୋଧନ ଦେଇ କହିଥିଲେ ଯେ, ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ପରେ ଏହା ହେଉଛି ଦେଶରେ ଦ୍ୱିତୀୟ ବ୍ୟାଙ୍କ ମିଶ୍ରଣ ପ୍ରକ୍ରିୟା। ଏହି ଅବସରରେ ବ୍ୟାଙ୍କର ଉପ କ୍ଷେତ୍ରୀୟ ପ୍ରବନ୍ଧକ ଭାରତ ଭୂଷଣ ଧନ୍ୟବାଦ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର