ଗୋଟିଏ ମିସଡ୍ କଲରେ ବ୍ୟାଙ୍କ ଦେବ ଋଣ: ଘରଠାରୁ ଗାଡି ପର୍ଯ୍ୟନ୍ତ ମାତ୍ର ୩୦ ମିନିଟରେ ହେବ ଋଣ ମଞ୍ଜୁର

ସାଧାରଣତଃ କୌଣସି ଋଣ ନେବାକୁ ହେଲେ ଆମକୁ ବାରମ୍ବାର ବ୍ୟାଙ୍କର ଚକ୍କର କାଟିବାକୁ ପଡିଥାଏ, ଅଫିସରଙ୍କୁ ନାନା ଖୁସାମତ କରିବାକୁ ପଡିଥାଏ । ଏପରିକି କିଛି କ୍ଷେତ୍ରରେ ତ କାଗଜପତ୍ର ଠିକ୍ ଥାଇ ବି ଋଣ ଟଙ୍କା ପାଇଁ ମାସ ମାସ ଧରି ଅପେକ୍ଷା କରିବାକୁ ପଡିଥାଏ । ହେଲେ ଏବେ କିନ୍ତୁ ତାହା ହେବନି । ଘର ହେଉ କି କାର ଋଣ କିମ୍ବା ଅନ୍ୟ କୌଣସି ବ୍ୟକ୍ତିଗତ ଋଣ ନେବାକୁ ଚାହୁଁଥିଲେ ଏବେ ଆପଣଙ୍କୁ ନା କୌଣସି ବ୍ୟାଙ୍କ ଦୌଡିବାକୁ ପଡିବ ନା ହିଁ ଅନୁମୋଦନ ପାଇଁ ଦୀର୍ଘ ଦିନ ଧରି ଅପେକ୍ଷା କରିବାକୁ ପଡିବ ।  ବରଂ ମୁହୂର୍ତ୍ତକ ମଧ୍ୟରେ ଆପଣଙ୍କୁ ଏହି ସୁବିଧା ମିଳିଯିବ । ଦେଶର ତୃତୀୟ ସବୁଠୁ ବଡ ସରକାରୀ ବ୍ୟାଙ୍କ ତଥା ବ୍ୟାଙ୍କ ଅଫ୍ ବରୋଦା ଲଞ୍ଚ କରିଛି ଡିଜିଟାଲ ଲେଣ୍ଡିଂ ପ୍ଲାଟଫର୍ମ । ଯେଉଁଥିରେ ଆପଣ ନିଜ ସୁବିଧା ଅନୁସାରେ ପେପରଲେସ୍ ପ୍ରକ୍ରିୟାର କୌଣସି ବି ଋଣ ମୁହୂର୍ତ୍ତକ ମଧ୍ୟରେ ନେଇପାରିବେ ।

ଘରଠୁ ଗାଡି ଯାଏଁ ୩୦ ମିନିଟରେ ଋଣ ମଞ୍ଜୁର !

ତେବେ ବ୍ୟାଙ୍କ ଅଫ୍ ବରୋଦା ନିର୍ଦ୍ଦିଷ୍ଟ କିଛି ଗ୍ରାହକଙ୍କ ପାଇଁ  ଉଭୟ ଅଫଲାଇନ ଏବଂ ଅନଲାଇନ ପାର୍ଟନର ଚ୍ୟାନେଲ ମାଧ୍ୟମରେ କୌଣସି ଜିନିଷର କିଣାବିକା ଏବଂ  ପରବର୍ତ୍ତୀ ସମୟରେ ସହଜ ଇଏମଆଇ ପେମେଂଟ ପାଇଁ ପ୍ରି-ଆପ୍ରୁଭ ମାଇକ୍ରୋ ପର୍ସନାଲ ଲୋନ୍ ପ୍ରଦାନ କରୁଛି । ଯାହାକୁ ଗ୍ରାହକମାନେ ଚାହିଁଲେ ନିଜର ସେଭିଂ ଆକାଉଂଟରେ ଜମା ମଧ୍ୟ କରିପାରିବେ । ଆପଣ ଚାହିଁଲେ ଏହାକୁ ୩ ମାସରୁ ୧୮ ମାସିଆ ଇଏମଆଇକୁ ବଦଳାଇପାରିବେ । ଏଥିପାଇଁ ଆପଣ ବ୍ୟାଙ୍କ୍ ଅଫ୍ ବରୋଦାର ବ୍ୟାଙ୍କିଂ ଆପ  ଏମ-କନେକ୍ଟ+ ବ୍ୟବହାର କରିପାରିବେ । ସେହିଭଳି ଡିଜିଟାଲ ଲେଣ୍ଡିଂ ପ୍ଲାଟଫର୍ମରେ ହୋମ୍ ଲୋନଠାରୁ ଆରମ୍ଭ କରି କାର୍ ଲୋନ୍ ପର୍ଯ୍ୟନ୍ତ ଋଣ ମାତ୍ର ୩୦ ମିନିଟରେ ମୁଂଜୁରୀ ମିଳିଥାଏ । ସେହିଭଳି କାର୍ ଲୋନ୍ ନେବାକୁ ଚାହୁଁଥିଲେ ଆପଣ ବ୍ୟାଙ୍କର  ୮୪୬୭୦୦୧୧୩୩ ନମ୍ବରରେ ଏକ ମିସଡ କଲ କରି ବି ସହଜରେ ଋଣ ପାଇପାରିବେ ।

ଅପରପକ୍ଷରେ, ଏହି ନୂଆ ପ୍ଲାଟଫର୍ମ ଜରିଆରେ ବ୍ୟାଙ୍କ ଅଫ୍ ବରୋଦା  ‘ଅନଲାଇନ ଲୋନ ଏଗେନଷ୍ଟ ଫିକ୍ସଡ ଡିପୋଜିଟ’ ର ସୁବିଧା ମଧ୍ୟ ପ୍ରଦାନ କରୁଛି । ଯେଉଁଥିରେ ଆପଣ ଆପଣଙ୍କ ଫିକ୍ସ ଡିପୋଜିଟ୍ ଉପରେ ମୋବାଇଲ ବ୍ୟାଙ୍କିଂ ନଚେତ୍ ନେଟ୍ ବ୍ୟାଙ୍କିଂ ଜରିଆରେ ଫଟାଫଟ୍ ଋଣ ନେଇପାରିବେ ।

ସମ୍ବନ୍ଧିତ ଖବର