ପରଜଙ୍ଗରେ ବ୍ୟାଙ୍କ ଅଫ୍ ବରୋଦାର ନୂଆ ଶାଖା

ଭୁବନେଶ୍ବର : ବ୍ୟାଙ୍କ ଅଫ୍ ବରୋଦା, ଭୁବନେଶ୍ବର କ୍ଷେତ୍ରର ୧୧୯ତମ ଶାଖା ଢେଙ୍କାନାଳ ଜିଲ୍ଲାର ପରଜଙ୍ଗଠାରେ ଖୋଲିଛି। ଏହାକୁ ବ୍ୟାଙ୍କର ମହା ପ୍ରବନ୍ଧକ ତଥା ପାଟନା ଅଞ୍ଚଳ ମୁଖ୍ୟ ନିତ୍ୟା‌ନନ୍ଦ ବେହେରା ଉଦଘାଟନ କରିଥିଲେ। ଏଥିରେ ପରଜଙ୍ଗ ବିଡିଓ ବସନ୍ତ କୁମାର ମଲ୍ଲିକ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିବାବେଳେ ଭୁବନେଶ୍ବର କ୍ଷେତ୍ରୀୟ କାର୍ଯ୍ୟାଳୟର ଉପ ମହାପ୍ରବନ୍ଧକ ସୋମନାଥ ନନ୍ଦ, ପରଜଙ୍ଗ ଶାଖାର ଶାଖା ପ୍ରବନ୍ଧକ ସୁବ୍ରତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର