ଭୁବନେଶ୍ବର: ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ ପୁରୀ ରଥଯାତ୍ରାରେ ଭକ୍ତମାନଙ୍କୁ ସେବା ଯୋଗାଇ ଦିଆଯାଇଛି। ବ୍ୟାଙ୍କର ଗୋଟିଏ ଶାଖା ବଡ଼ଦାଣ୍ଡରେ ରହିଛି। ତେଣୁ ଏହି ଗୁରୁତ୍ବପୂର୍ଣ୍ଣ ପର୍ବରେ ଯାତ୍ରୀମାନେ ଯେଭଳି ଉତ୍ତମ ଅନୁଭୂତି ପାଇବେ ସେଥିଲାଗି ପଦକ୍ଷେପ ନିଆଯାଇଛି। ଯାତ୍ରୀମାନଙ୍କୁ ପାଣି, ଟୋପି, ଛତା ଏବଂ ଜଳଖିଆ ଆଦି ପ୍ରଦାନ କରାଯାଇଛି। ଖରା ଓ ବର୍ଷାରେ ଯେଭଳି ଯାତ୍ରୀମାନଙ୍କର ସେତେଟା ଅସୁବିଧା ହେବନାହିଁ ତାହାକୁ ଧ୍ୟାନ ଦିଆଯାଇ ଏହି କାର୍ଯ୍ୟକ୍ରମ ହୋଇଛି। ଏହି ଅବସରରେ ବ୍ୟାଙ୍କର ଜେନେରାଲ ମ୍ୟାନେଜର ତଥା ଭୁବନେଶ୍ବର ଜୋନ୍ ମୁଖ୍ୟ ସ୍ବପ୍ନା ବନ୍ଦୋପାଧ୍ୟାୟ କହିଛନ୍ତି ଯେ, ରଥଯାତ୍ରା କେବଳ ଏକ ସାଂସ୍କୃତିକ ଯାତ୍ରା ନୁହେଁ ବରଂ ବିଶ୍ବାସ ଏବଂ ସମୁଦାୟର ଏକ ମିଳିତ ପର୍ବ। ଏକ ଦାୟିତ୍ବସଂପନ୍ନ ପ୍ରତିଷ୍ଠାନ ଭାବେ ବ୍ୟାଙ୍କ ଅଫ୍ ବରୋଦା ଛୋଟ କିନ୍ତୁ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇ ଗର୍ବ ଅନୁଭବ କରିଛି। ବ୍ୟାଙ୍କ ଅଫ ବରୋଦାର କର୍ମଚାରୀମାନେ ସ୍ବେଚ୍ଛାସେବୀ ଭାବେ କାର୍ଯ୍ୟ କରିଥିଲେ। ସ୍ଥାନୀୟ ପ୍ରଶାସନର ଅଧିକାରୀମାନଙ୍କ ସମନ୍ବୟ ରକ୍ଷା କରି ସେମାନେ ଦାୟିତ୍ବ ସଂପାଦନ କରିଥିଲେ।
ବ୍ୟାଙ୍କ ଅଫ୍ ବରୋଦାର ସେବା କାର୍ଯ୍ୟ
ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ ପୁରୀ ରଥଯାତ୍ରାରେ ଭକ୍ତମାନଙ୍କୁ ସେବା ଯୋଗାଇ ଦିଆଯାଇଛି। ବ୍ୟାଙ୍କର ଗୋଟିଏ ଶାଖା ବଡ଼ଦାଣ୍ଡରେ ରହିଛି। ତେଣୁ ଏହି ଗୁରୁତ୍ବପୂର୍ଣ୍ଣ ପର୍ବରେ ଯାତ୍ରୀମାନେ ଯେଭଳି ଉତ୍ତମ ଅନୁଭୂତି ପାଇବେ ସେଥିଲାଗି ପଦକ୍ଷେପ ନିଆଯାଇଛି।
/sambad/media/media_files/2025/06/28/ewqasdfghj-2025-06-28-06-07-13.jpg)