ଭୁବନେଶ୍ବର: ବ୍ୟାଙ୍କ ଅଫ୍‌ ବରୋଦା (ବିଓବି) ପକ୍ଷରୁ କ୍ରିକେଟ୍ କିଂବଦନ୍ତି ସଚିନ ତେନ୍ଦୁଲକରଙ୍କୁ ଗ୍ଲୋବାଲ୍ ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ନିଯୁକ୍ତ କରାଯାଇଛି। ଏଥି ସହିତ ସଚିନଙ୍କୁ ନେଇ ବ୍ୟାଙ୍କ ପକ୍ଷରୁ ‌‘ପ୍ଲେ ଦି ମାଷ୍ଟରଷ୍ଟ୍ରୋକ୍’ ଅଭିଯାନ ଆରମ୍ଭ କରାଯାଇଛି। ବ୍ୟାଙ୍କକୁ ଚୟନ କରି ମାଷ୍ଟରଷ୍ଟ୍ରୋକ୍ ଖେଳିବା ଓ ନିଜ ଆର୍ଥିକ ଅଭିଳାଷକୁ ପୂରଣ କରିବା ଲାଗି ସଚିନ ଲୋକମାନଙ୍କୁ ଉତ୍ସାହିତ କରୁଛନ୍ତି। ଏହି ସହଯୋଗିତା ଅନୁସାରେ ବ୍ୟାଙ୍କର ସମସ୍ତ ପ୍ରଚାର ଅଭିଯାନ, ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ, ଗ୍ରାହକ ସଚେତନତା କାର୍ଯ୍ୟକ୍ରମରେ ସଚିନଙ୍କୁ ଦେଖିବାକୁ ମିଳିବ।

Advertisment

ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଦେବଦତ୍ତ ଚାନ୍ଦ କହିଛନ୍ତି ଯେ ସଚିନଙ୍କୁ ବ୍ରାଣ୍ଡ୍‌ ଆମ୍ବାସାଡର ଭା‌ବେ ଘୋଷଣା କରିବା ଆମ ପାଇଁ ଗର୍ବର ମୁହୂର୍ତ। ସଚିନ ଜଣେ ବିଶ୍ବସ୍ତରୀୟ ଆଇକନ। ସେ ସର୍ବଦା ନେତୃତ୍ବ ନେଇ ପ୍ରେରଣା ସୃଷ୍ଟି କରନ୍ତି। ପଡ଼ିଆ ଭିତରେ ଓ ବାହାରେ ମଧ୍ୟ ସେ ଆମକୁ ପ୍ରେରଣା ଦେଉଛନ୍ତି। ସଚିନ ନେତୃତ୍ବ, ଉତ୍କର୍ଷ, ବିଶ୍ବାସ ଓ ନିରନ୍ତରତାର ପ୍ରତୀକ ହୋଇଥିବା ବେଳେ ବ୍ୟାଙ୍କର ଶତାବ୍ଦୀବ୍ୟାପୀ ଯାତ୍ରାରେ ତାହା ହେଉଛି ମୂଳଦୁଆ ବୋଲି ସେ କହିଛନ୍ତି। ବ୍ୟାଙ୍କ ଅଫ୍‌ ବରୋଦା ସହ ସହଯୋଗିତା ମୋ ପାଇଁ ଗୌରବର ବିଷୟ ବୋଲି ସଚିନ କହିଥିବା ବେଳେ ବ୍ୟାଙ୍କ ସହ ମିଶି ମୁଁ ସାରା ଦେଶର ପ୍ରଶଂସକଙ୍କ ସହ ଯୋଡ଼ିହେବାକୁ ଚାହୁଛି ବୋଲି କହିଛନ୍ତି।